ରାଜ୍ୟରେ ଆଉ ଜଣେ କରୋନା ରୋଗୀ ସୁସ୍ଥ

ଭୁବନେଶ୍ୱର: ରାଜ୍ୟ ପାଇଁ ଏବେ ଏକ ଆଶ୍ୱସ୍ତିର ଖବର ଆସିଛି । ଆଜି ଆଉ ଜଣେ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ନେଇ ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ତେବେ ସୁସ୍ଥ ହୋଇଥିବା ବ୍ୟକ୍ତି ଜଣକ ଭୁବନେଶ୍ୱରର ବୋଲି ଜଣାପଡିଛି । ଏବେ ଏହାକୁ ମିଶାଇ ମୋଟ ୩୮ ଜଣ କରୋନା ରୋଗୀ ସୁସ୍ଥ ହୋଇଥିବା ବେଳେ ଭୁବନେଶ୍ୱରରେ କେବଳ ୨୬ଟି ଆକ୍ଟିଭ କେସ ରହିଛି । ଅନ୍ୟପଟେ ଭୁବନେଶ୍ୱରର ୧୯ ଜଣ କରୋନା ରୋଗୀ ଚିକିତ୍ସିତ ହେଉଥିବା ବେଳେ ଜଣଙ୍କର ମୃତ୍ୟୁ ଘଟିଛି । ତେବେ ସମୁଦାୟ ଉପରେ ଏବେ ୭୯ ଜଣ କରୋନା ରୋଗୀ ଚିକିତ୍ସିତ ହେଉଛନ୍ତି ।