ପୁଣି ୭ କରୋନା ପଜିଟିଭ୍ ଚିହ୍ନଟ; ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ହେଲା ୧୧୮

ଭୁବନେଶ୍ୱର: ଆଜି ସକାଳେ ପୁଣି ୭ କରୋନା ପଜିଟିଭ୍ ଚିହ୍ନଟ ହୋଇଛି । ଯାହା ଫଳରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହେଲେ ୧୧୮ । ଏମାନଙ୍କ ମଧ୍ୟରୁ ସୁନ୍ଦରଗଡରୁ ୪ଜଣ ହୋଇଥିବାବେଳେ ଭଦ୍ରକରୁ ୩ଜଣ ବୋଲି ଜଣାପଡିଛି । ଫଳରେ ସୁନ୍ଦରଗଡ଼ରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଓ ଭଦ୍ରକରେ ୧୯କୁ  ବୃଦ୍ଧି ପାଇଛି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଏହି ସୂଚନା ମିଳିଛି । ତେବେ ଭଦ୍ରକରୁ ଚିହ୍ନଟ ହୋଇଥିବା ନୂଆ କରୋନା ଆକ୍ରାନ୍ତ ପଶ୍ଚିମବଙ୍ଗ ଫେରନ୍ତା ବୋଲି ଜଣାପଡିଛି | ଏହି ତିନିଜଣଙ୍କ ମଧ୍ୟରୁ ଦୁଇ ଜଣ ବାସୁଦେବପୁର ବ୍ଲକର ହୋଇଥିବାବେଳେ ଜଣେ ବନ୍ତ ବ୍ଲକର ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି |

ସେହିପରି ସୁନ୍ଦରଗଡରୁ ଆଜି ନୂଆ ଚିହ୍ନଟ ହୋଇଥିବା ୪ ଜଣ ରାଉରକେଲା ନାଲାରୋଡ଼ର ବୋଲି ଜଣାପଡିଛି |