ଆଉ ଜଣେ କରୋନା ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର : ରାଜ୍ୟରେ ଆଉ ଜଣେ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ଏହି ବ୍ୟକ୍ତି ଯାଜପୁର ଜିଲ୍ଲାର ବୋଲି ସୂଚନା ମିଳିଛି । ଯାଜପୁର ବ୍ଲକର ବାସୁଦେବପୁର ଅଞ୍ଚଳର ଏହି କରୋନା ଆକ୍ରାନ୍ତଙ୍କୁ ମିଶାଇ ଦିନକରେ ଚିହ୍ନଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮ ରେ ପହଂଚିଛି। ଯାଜପୁରର ଏହି ନୂଆ ଆକ୍ରାନ୍ତ ଜଣକ ପୁରୁଷ ହୋଇଥିବାବେଳେ ସେ କୋଲକାତା ଫେରନ୍ତା ବୋଲି ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ବର୍ତମାନ ଏହାକୁ ମିଶାଇ ଯାଜପୁରରେ କରୋନା ରୋଗୀଙ୍କ ସଂଖ୍ୟା ୧୯ରେ ପହଂଚିଥିବା ବେଳେ ରାଜ୍ୟରେ ମୋଟ କରୋନା ରୋଗୀଙ୍କ ସଂଖ୍ୟା ୧୧୧ରେ ପହଂଚିଛି ।