ଭୁବନେଶ୍ୱର: ରାଜଧାନୀରୁ ଆଉ ଏକ କରୋନା ଚିହ୍ନଟ ହୋଇଛି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ୍ କରାଯାଇ ଏହି ସୂଚନା ଦିଆଯାଇଛି। ଆକ୍ରାନ୍ତଙ୍କ ଘର ଭୁବନେଶ୍ୱରର ୟୁନିଟି-୪ ଅନ୍ତର୍ଗତ ମଧୁସୂଦନ ନଗର ଅଂଚଳ ରେ ଓ ତାଙ୍କର ବୟସ ୪୫ ବର୍ଷ ବୋଲି ଜଣାପଡ଼ିଛି। ତେବେ ତାଙ୍କର ବିଦେଶ ଗସ୍ତ କିମ୍ବା ରାଜ୍ୟ ବାହାରକୁ ଗସ୍ତ ନେଇ କୌଣସି ସୂଚନା ଏଯାବତ୍ ଦିଆଯାଇନାହିଁ। ଏହା ଫଳରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୧ରେ ପହଂଚିଛି । ଏଥିସହ ଭୁବନେଶ୍ୱରରେ ଆକ୍ରାନ୍ତ ସଂଖ୍ୟା ୩୩ ହୋଇଛି।
One more Covid 19 positive case in Bhubaneswar.
Male, 45 years, Madhusudan Nagar, Unit IV— H & FW Dept Odisha (@HFWOdisha) April 7, 2020