୫୬ ତମ କରୋନା ପଜିଟିଭ୍ ଯାଜପୁର ଜିଲ୍ଲାର; ୨ଟି ଅଂଚଳକୁ କଂଟେନମେଂଟ ଜୋନ ଘୋଷଣା

ଯାଜପୁର: ଆଜି ରାଜ୍ୟରେ ୫୬ତମ କରୋନା ପଜିଟିଭ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ସେ ଯାଜପୁର ଜିଲ୍ଲାର ବୋଲି ଜଣାପଡିଛି । ଏ ନେଇ ଯାଜପୁର ଜିଲ୍ଲାପାଳ ରଞ୍ଜନ କୁମାର ଦାସ ସୂଚନା ଦେଇଛନ୍ତି । ରାଜ୍ୟର ୫୬ତମ ଓ  ଯାଜପୁରର  ଦ୍ୱିତୀୟ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ଜିଲ୍ଲାର ସାନିତ୍ରିଲୋଚନପୁର ଓ ସଇପୁରର କିଛି ଅଂଚଳକୁ କଂଟେନମେଂଟ ଜୋନ୍ ଘୋଷଣା କରାଯାଇଛି।

ସୂଚନାଯୋଗ୍ୟ, ଆଜି ସକାଳେ ଏହି ନୂଆ କରୋନା କରୋନା ପଜିଟିଭଙ୍କ ଚିହ୍ନଟ ହୋଇଥିଲା। ଏହାଫଳରେ ଓଡ଼ିଶାରେ କରୋନା ପଜିଟିଭଙ୍କ ସଂଖ୍ୟା ୫୬ରେ ପହଂଚିଲା ବୋଲି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ୱେବସାଇଟରୁ ସୂଚନା ମିଳିଥିଲା। ତେବେ ସେ କେଉଁ ଅଂଚଳର ତାହା ନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସ୍ପଷ୍ଟ ସୂଚନା  ଦିଆଯାଇ ନଥିଲା।