ରାଜ୍ୟରେ କେଉଁ ବୟସର କେତେ କରୋନା ରାଜ୍ୟର ଚିହ୍ନଟ ହୋଇଛନ୍ତି; ଜାଣନ୍ତୁ

ଭୁବନେଶ୍ୱର: ରାଜ୍ୟରେ ଏଯାବତ୍ ୫୪ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛି ।  ସେଥିରୁ ୧୫ରୁ ୪୦ ବର୍ଷ ବୟସ ମଧ୍ୟରେ ସର୍ବାଧିକ ୨୮ ଜଣ ଅଛନ୍ତି । ୬୦ରୁ ଅଧିକ ବର୍ଷ ବୟସ୍କ ବ୍ୟକ୍ତି ହେଲେ ୫ ଜଣ । ସେହିପରି ୪୧ରୁ ୬୦ ବର୍ଷ ବୟସ ମଧ୍ୟରେ ୧୩ ଜଣ ଆକ୍ରାନ୍ତ ଥିବା ବେଳେ ୧୪ ବର୍ଷ ବୟସରୁ ତଳକୁ ୮ ଜଣ ଆକ୍ରାନ୍ତ ଥିବା ଜଣାପଡ଼ିଛି ।


ମୋଟ ୫୪ ଜଣ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୧୨ ଜଣ ସୁସ୍ଥ ହୋଇଥିବା ବେଳେ ଜଣଙ୍କର ମୃତ୍ୟୁ ହୋଇଛି । ବର୍ତମାନ ବିଭିନ୍ନ ହସ୍ପିଟାଲରେ ୪୧ ଜଣଙ୍କ ଚିକିତ୍ସା ଜାରି ରହିଛି । ସେଥିରୁ ୩୫ ଜଣ କରୋନା ଆକ୍ରାନ୍ତଙ୍କ ଠାରେ କରୋନା ଲକ୍ଷଣ ନାହିଁ ବୋଲି ଗତକାଲି ଜାତୀୟ ସ୍ୱାସ୍ଥ୍ୟ ମିଶନର ନିର୍ଦ୍ଦେଶିକା ଡ. ଶାଳିନୀ ପଣ୍ଡିତ ଗଣମାଧ୍ୟମକୁ ସୂଚନା ଦେଇଥିଲେ । ବର୍ତମାନ ସୁଦ୍ଧା କରୋନା ସଂକ୍ରମଣ ଖୋର୍ଦ୍ଧା, ପୁରୀ, କଟକ, ଯାଜପୁର, କେନ୍ଦ୍ରାପଡ଼ା, ଭଦ୍ରକ, ଢେଙ୍କାନାଳ, କଳାହାଣ୍ଡି ଓ ସୁନ୍ଦରଗଡ଼ରେ ଚିହ୍ନଟ ହୋଇଛନ୍ତି ।