ଖୁସି ଖବର: ରାଜ୍ୟର ୧୦ କରୋନା ଆକ୍ରାନ୍ତ ହେଲେ ସୁସ୍ଥ

ଭୁବନେଶ୍ୱର: ରାଜ୍ୟ ପାଇଁ ଏକ ଖୁସି ଖବର । ମୋଟ ୪୮ଜଣ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୧୦ଜଣ ଭଲ ହୋଇଛନ୍ତି । ଯାହାଙ୍କର ରିପୋର୍ଟ ପରୀକ୍ଷା ପରେ ନେଗେଟିଭ୍ ଆସିଛି । ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି । ତେବେ ସେମାନଙ୍କ ମଧ୍ୟରୁ ୫ଜଣ ଭୁବନେଶ୍ୱରର, ୨ଜଣ ଭଦ୍ରକ, ଜଣେ ଲେଖାଏଁ କଟକ, ଯାଜପୁର ଓ ପୁରୀ ବୋଲି ସୂଚନା ମିଳିଛି ।