ରାଜ୍ୟରେ ୧୦୦ ଛୁଇଁଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର:  ରାଜ୍ୟରେ ଆଉ ୬ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନେ ହେଲେ ଯାଜପୁର ଜିଲ୍ଲାର । ଏ ନେଇ ସୂଚନା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ୱେବ ପୋର୍ଟାଲ ତରଫରୁ ସୂଚନା ମିଳିଛି।  ଏମାନେ ସମସ୍ତେ କୋଲକାତା ଫେରାନ୍ତ ବୋଲି ଜଣାପଡିଛି।

ଏହି ନୂତନ କରୋନା ଚିହ୍ନଟ ପରେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦୦ ହେଲା ।  ଏନେଇ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟୁଇଟ ଯୋଗେ ସୂଚନା ଦେଇଛନ୍ତି ।