ଭାରତରେ କରୋନା ସ୍ଥିତି: ଆକ୍ରାନ୍ତଙ୍କ ସଂଖ୍ୟା ୧୧,୪୩୯ ଛୁଇଁଲା, ମୃତ୍ୟୁ ସଂଖ୍ୟା ୩୭୭ ମୃତ

ନୂଆଦିଲ୍ଲୀ: କରୋନା ଭାଇରସ୍ ଭାରତରେ ଦିନକୁ ଦିନ କାୟା ବିସ୍ତାର କରିବାରେ ଲାଗିଛି । ୨୪ ଘଂଟାରେ ଦେଶରେ ୧୦୭୬  ନୂଆ କରୋନା ମାମଲା ସାମନାକୁ ଆସିଛି । ୩୮ ଜଣଙ୍କ ମୃତ୍ୟୁ ଘଟିଛି । ଫଳରେ ଏବେ ଦେଶରେ ୧୧ ହଜାର ଟପିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ।

ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଉଦବେଗଜନକ ଭାବେ ବଢିବାରେ ଲାଗିଛି।   ମହାମାରୀ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଥିବା ବେଳେ ଅନରୂପ ଭାବେ ମୃତ୍ୟୁ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି । ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇ ୧୧ ହଜାର ୪୩୯ରେ ପହଂଚିଛି । ଏପର୍ଯ୍ୟନ୍ତ ଭାରତରେ ୩୭୭ ଜଣଙ୍କ ମୃତ୍ୟୁ ଘଟିଛି ।

କରୋନା ମହାମାରୀକୁ ନେଇ ସାରା ବିଶ୍ୱ ଏବେ ସଙ୍କଟରେ ପଡ଼ିଛି । ବିଶ୍ୱର ପ୍ରାୟ ୨୧୦ରୁ ଅଧିକ ଦେଶକୁ ବ୍ୟାପିଥିବା ଏହି ମହାମାରୀ କରୋନା ଭୟଙ୍କର ରୂପ ନେଉଛି । କେନ୍ଦ୍ର ସରକାର କରୋନା ପାଇଁ ଅନେକ ସଚେତନତା ପାଇଁ ନିଆଯାଉଥିବା ପଦକ୍ଷେପ ସତ୍ୱେ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢିବାରେ ଲାଗିଛି ।  କରୋନା ସଂକ୍ରମଣ ରୋକିବାକୁ ମାର୍ଚ୍ଚ ୨୪ ରୁ ସମ୍ପୂର୍ଣ୍ଣ ଦେଶକୁ ୨୧ ଦିନ ପାଇଁ ଲକ୍ ଡାଉନ କରାଯାଇଥିଲା । ପୁଣି ଏହାକୁ  ମେ ୩ଯାଏଁ ବୃଦ୍ଧି କରାଯାଇଛି। ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ଆଜି  ୧୧ ୪୩୯ ଓ  ୩୭୭ରେ ପହଂଚିଛି ମୃତ୍ୟୁ ସଂଖ୍ୟା। ୧୩୦୩ଜଣ ସୁସ୍ଥ ହୋଇଛନ୍ତି। ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ୯୭୫୬ ଜଣ ସକ୍ରିୟ ଅଛନ୍ତି ।

ମହରାଷ୍ଟ୍ରରେ ସ୍ଥିତି ଦିନକୁ ଦିନ ଅନିୟନ୍ତ୍ରିତ  ହେବାରେ ଲାଗିଛି।ମୋଟ ମହାରାଷ୍ଟ୍ରରେ ୨୬୮୭   ଜଣ ସଂକ୍ରମିତ ଥିବା ବେଳେ ୧୭୮ ଜଣଙ୍କ ମୃତ୍ୟୁ ଘଟିଛି । ସେହିପରି ତାମିଲନାଡ଼ୁରେ ୧୨୦୪  କରୋନା ଆକ୍ରାନ୍ତ ଥିବା ବେଳେ ଦିଲ୍ଲୀରେ ୧୫୬୧ ର ।ରାଜସ୍ଥାନରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ପ୍ରାୟ ୯୬୯ହୋଇଛି ।ଏଯାଏଁ ଭାରତରେ କରୋନା ଭାଇରସରେ ଆକ୍ରାନ୍ତ ଥବାଜଣ ୩୭୭ ବ୍ୟକ୍ତିଙ୍କଙ୍କ ମୃତ୍ୟୁ ଘଟିଛି ।