ଆଉ ୪ କରୋନା ପଜିଟିଭ୍ ଚିହ୍ନଟ; ରାଜ୍ୟରେ ଛୁଇଁଲା ୬୦

ଭୁବନେଶ୍ୱର: ଆଉ ୪ କରୋନା ପଜିଟିଭ୍ ଚିହ୍ନଟ ହୋଇଛି । ଫଳରେ ରାଜ୍ୟରେ ୬୦କୁ ଛୁଇଁଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ୩ଜଣ ଭୁବନେଶ୍ୱରର ବମିଖାଲରୁ ଓ ଆଉ ଜଣେ ଝାରପଡାରୁ ଥିବା ସୂଚନା ମିଳିଛି । ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ସାମ୍ବାଦିକ ସମ୍ମିନଳୀରେ ସୂଚନା ଦେଇଛନ୍ତି । ଫଳରେ ଦିନକରେ ୫ ପଜିଟିଭ ଚିହ୍ନଟ ହୋଇଛି ।