ଟିଭିରେ ବିଶେଷଜ୍ଞ ଦେବେ କରୋନା ଟିପ୍ସ, ଘରେ ରହି ଆକ୍ରାନ୍ତ କରିବେ ଚିକିତ୍ସା

ଭୁବନେଶ୍ୱର:  ଆଜିଠୁ ଘରେ ରହି ଟିଭିରେ ଚିକିତ୍ସା ସମ୍ବନ୍ଧରେ ଟିପ୍ସ ଜାଣିବେ କରୋନା ଆକ୍ରାନ୍ତ । ଏମିତି ଏକ ସୂଚନା ଆଜି ଦେଇଛନ୍ତି ରାଜ୍ୟ ସରକାର । ରାଜ୍ୟରେ ବର୍ତ୍ତମାନ ସର୍ବାଧିକ ସାମାନ୍ୟ ଲକ୍ଷଣ ଯୁକ୍ତ କରୋନା ରୋଗୀ ଚିହ୍ନଟ ହେଉଥିବା ବେଳେ, ସମସ୍ତେ ହୋମ ଆଇସୋଲେସନରେ ରହୁଛନ୍ତି ।

ତେଣୁ ବର୍ତ୍ତମାନ ପରିପ୍ରେକ୍ଷୀରେ ଘରେ ରହୁଥିବା ଆକ୍ରାନ୍ତ ମାନଙ୍କୁ ଟିଭି ଜରିଆରେ ବିଶେଷଜ୍ଞ ମାନେ ଜଣାଇବେ ଚିକିତ୍ସା ପଦ୍ଧତି । ଆଜି ଠାରୁ ବିଶେଷଜ୍ଞ ମାନେ ଟେଲିଭିଜନ ମାଧ୍ୟମରେ ହୋମ ଆଇସୋଲେସନରେ ରହୁଥିବା କରୋନା ଆକ୍ରାନ୍ତଙ୍କୁ ଜଣାଇବେ ଘରେ ରହି କିପରି କରୋନାର ଉପଚାର କରିପାରିବେ ।

ରାଜ୍ୟରେ ଗତ ଏକ ମାସ ଧରି ୪ ହଜାର ଉପରେ ଆକ୍ରାନ୍ତ ଚିହ୍ନଟ ଟ୍ରେଣ୍ଡ ରହୁଛି । ବର୍ତ୍ତମାନ ସାମାନ୍ୟ ଲକ୍ଷଣ ଥିବା ଆକ୍ରାନ୍ତ ସର୍ବାଧିକ ଚିହ୍ନଟ ହେଉଛନ୍ତି । ଯାହାକୁ ଦୃଷ୍ଟିରେ ରଖି ସରକାର ଆପଣାଇଛନ୍ତି ଏପରି ନୂଆ ତରିକା ।