ଏଇ ମାସ ଶେଷ ସୁଦ୍ଧା ଦିନକୁ ପରୀକ୍ଷଣ ହେବ ୩ ହଜାର ନମୁନା

ଭୁବନେଶ୍ୱର: ଏପ୍ରିଲ ମାସ ଅର୍ଥାତ ଏଇ ମାସ ଶେଷ ସୁଦ୍ଧା ରାଜ୍ୟରେ ଦିନକୁ ୩ହଜାର ଟେଷ୍ଟ କରିବାକୁ ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର । ଏ ନେଇ ଆନ୍ତଃମନ୍ତ୍ରୀ ସ୍ତରୀୟ କମିଟି ବୈଠକ ପରେ ସୂଚନା ଦେଇଛନ୍ତି ପଂଚାୟତରାଜ ମନ୍ତ୍ରୀ ପ୍ରତାପ ଜେନା ।

୪ ମେଡିକାଲ କଲେଜ ବଲାଙ୍ଗୀର, ବାଲେଶ୍ୱର, ବାରିପଦା, କୋରାପୁଟ ଏବଂ ଓୟୁଏଟି ରେ ଟେଷ୍ଟିଂ ଲ୍ୟାବ ପ୍ରସ୍ତୁତ କରାଯିବ । ଆଇଏଲଏସ୍ ରେ ଦିନକୁ ୪୫୦ ଟେଷ୍ଟିଂ କରିବାକୁ ନିଷ୍ପତି ନିଆଯାଇଥିବା ନେଇ ସୂଚନା ଦେଲେ ମନ୍ତ୍ରୀ ପ୍ରତାପ ଜେନା ।

ସେହିଭଳି ପଶ୍ଚିମବଙ୍ଗ ସହ ଲାଗିଥିବା ସୀମା ସିଲ ପ୍ରସଙ୍ଗରେ ମଧ୍ୟ ମତ ରଖିଲେ ମନ୍ତ୍ରୀ, ସୀମା ସିଲ ଅଧିକ କଡାକଡି କରାଯାଇଛି । ପଶ୍ଚିମବଙ୍ଗ ସୀମା ଅଧିକ ଲମ୍ବା ଥିବାରୁ ସମ୍ପୂର୍ଣ୍ଣ ସିଲ କରିବା ସମ୍ଭବ ନୁହଁ। ବାହାର ରାଜ୍ୟରୁ ଆସୁଥିବା ଲୋକଙ୍କ ବାବଦରେ ତଥ୍ୟ ରଖିବାକୁ ପଂଚାୟତସ୍ତରରେ ୫ ଜଣିଆ କମିଟି ସରପଂଚଙ୍କ ଅଧ୍ୟକ୍ଷତାରେ ହେବ। କମିଟିରେ ପଂଚାୟତ ସଂପାଦକ, ଶିକ୍ଷକ ଓ ଜିଆରଏସ ରହିବେ। ସଂଗରୋଧ କେନ୍ଦ୍ରର ଦାୟିତ୍ୱ ଏହି କମିଟି ଉପରେ ନ୍ୟସ୍ତ କରାଯାଇଛି । ଆସନ୍ତାକାଲି ଠାରୁ କାର‌୍ୟ୍ୟକ୍ଷମ ହେବ କୋଭିଡ ଅନଲାଇନ ପଞ୍ଜିକରଣ ପୋର୍ଟାଲ ।