ଏଣିକି ମାତ୍ର ଅଧଘଂଟାରେ ହୋଇପାରିବ କରୋନା ଟେଷ୍ଟ

ନୂଆଦିଲ୍ଲୀ: ଏଣିକି ମାତ୍ର ଅଧଘଂଟାରେ ହୋଇପାରିବ କରୋନା ଟେଷ୍ଟ । ସେ ବି କମ୍ ଖର୍ଚ୍ଚରେ । ଏଭଳି ଏକ କିଟ୍ ତିଆରି କରିଛି ଟାଟା । ଦେଶର ପ୍ରଥମ ସ୍ୱେଦେଶୀ କୋଭିଡ ସିଆର୍‌ଆଇଏସ୍‌ପିଆର୍ ଟେଷ୍ଟ କିଟ୍ ଫେଲୁଦା’କୁ ଡିସିଜିଆଇର ଅନୁମୋଦନ ମିଳିଛି ।

ଟାଟା ଗ୍ରୁପ୍ ଓ ସିଏସ୍‌ଆଇଆର୍ ଦ୍ୱାରା ପ୍ରସ୍ତୁତ ଏହି ଟେଷ୍ଟ କିଟ୍ କମର୍ସିଆଲ୍ ଲଂଚ ପାଇଁ ଅନୁମତି ମିଳିଛି । ଏହା ପାରମ୍ପରିକ ଆର୍‌ଟିପିସିଆର୍ ଟେଷ୍ଟ ଭଳି ସଠିକ୍ ଯାଂଚ କରୁଥିବା ପରୀକ୍ଷାରୁ ଜଣାପଡିଛି । ଏହି କିଟ୍ ଦ୍ୱାରା ଆର୍‌ଟିପିସିଆର୍ ଟେଷ୍ଟର ଏକ ତୃତୀୟାଂଶ ଖର୍ଚ୍ଚରେ କୋଭିଡ ଟେଷ୍ଟ ହୋଇପାରିବ ।

ଏହି ପରୀକ୍ଷଣର ପ୍ରୟୋଗ ଭବିଷ୍ୟତରେ ଅନ୍ୟ ମହାମାରୀ ପାଇଁ ମଦ୍ୟ ଉପଯୋଗ କରାଯାଇପାରିବ । କମ୍ପାନୀ କହିଛି ଯେ, ଟାଟା କ୍ରିସ୍ପର ପରୀକ୍ଷଣ ସିଏଏସ-୯ ପ୍ରୋଟିନର ବ୍ୟବହାର କରୁଥିବା ବିଶ୍ବର ପ୍ରଥମ ଏଭଳି ପରୀକ୍ଷଣ ଯାହା ସଫଳତାପୂର୍ବକ କୋଭିଡ୍-୧୯ ମହାମାରୀ ବ୍ୟାପଉଥିବା ଭାଇରସ୍ ର ଚିହ୍ନଟ କରିପାରେ ।