ଭୁବନେଶ୍ୱର ଏମ୍ସରେ ଖୋଲିଲା କୋରୋନା ଟେଷ୍ଟ ପରୀକ୍ଷା କେନ୍ଦ୍ର

ଭୁବନେଶ୍ୱର: ଏଥର ଭୁବନେଶ୍ୱର ଏମ୍ସରେ କୋରୋନା ନମୁନା ପରୀକ୍ଷା କରିପାରିବେ । ଏନେଇ ଏମ୍ସ କର୍ତୃପକ୍ଷ ଦେଇଛନ୍ତି ସୂଚନା । ଆଜ ଏମ୍ସରେ ୩ଟି କୋରୋନା ନମୁନା ପରୀକ୍ଷା ହୋଇଛି, ଯାହା ନେଗେଟିଭ୍ ବୋଲି ଜଣାପଡିିଛି । ପୂର୍ବରୁ ଯଦି ସରକାରଙ୍କ ପକ୍ଷରୁ କୋଭିଡ୍‌-୧୯ ପରୀକ୍ଷା ପାଇଁ ଅନୁମତି ଦିଆଯିବ, ତା’ ହେଲେ ଆସନ୍ତା ବୁଧବାରଠାରୁ ଏମ୍‌ସ ଭୁବନେଶ୍ୱରରେ ଏହି ପରୀକ୍ଷା ଆରମ୍ଭ ହେବ ବୋଲି ସୂଚନା ଦେଇଥିଲେ ନିର୍ଦ୍ଦେଶିକା ଡା. ଗୀତାଞ୍ଜଳି ବି.। ଉଲ୍ଲେଖଯୋଗ୍ୟ, ଏଯାବତ୍ ରାଜ୍ୟରେ ୧୩୩ଟି ନମୁନା ପରୀକ୍ଷା ହୋଇଛି ଓ ସେଥିମଧ୍ୟରୁ ୧୨୯ଟି ନେଗେଟିଭ୍ ବାହାରିଛି।

ଅପରପକ୍ଷରେ ରାଜ୍ୟରେ କରୋନା ସଂକ୍ରମଣକୁ ନଜରରେ ରଖି ଏମ୍‌ସକୁ ନିୟମିତ ଓପିଡି ବା ବର୍ହିବିଭାଗକୁ ନିୟମିତ ଚିକିତ୍ସା ପାଇଁ ନ ଆସିବା ଲାଗି ଏମ୍‌ସ କର୍ତୃପକ୍ଷ ରୋଗୀଙ୍କୁ ଅନୁରୋଧ କରିଛନ୍ତି। ଏବେ ଏମ୍‌ସରେ କେବଳ ଜରୁରୀକାଳୀନ ଶଲ୍ୟ ଚିକିତ୍ସା ବା ଏମର୍ଜେନ୍ସି ଚିକିତ୍ସା କରାଯାଉଥିବା କର୍ତୃପକ୍ଷ ସୂଚନା ଦେଇଛନ୍ତି। ଉଲ୍ଲେଖଯୋଗ୍ୟ, ଏବେ ରାଜ୍ୟରେ କେବଳ ଆରଏମ୍‌ଆରସିରେ କରୋନା ପରୀକ୍ଷା କରାଯାଉଥିଲା । ବୁଧବାର ଏମ୍‌ସ ଭୁବନେଶ୍ୱରରେ  କୋରୋନା ପରୀକ୍ଷା ଆରମ୍ଭ ହେବା ପରେ  ଆରଏମ୍‌ଆରସି ଉପରେ ହେଉଥିବା ଚାପ କିଛି ମାତ୍ରରେ ହ୍ରାସ ପାଇବ ବୋଲି ଆଶା କରାଯାଉଛି।