ଭୁବନେଶ୍ୱର: ବିଧାନସଭା ମୌସୁମୀ ଅଧିବେଶନ ପୂର୍ବରୁ ଶୁକ୍ରବାର ଦିନ ଅନୁଷ୍ଠିତ ହୋଇଯାଇଛି ସର୍ବଦଳୀୟ ବୈଠକ । ଆସନ୍ତା ଶନିବାର ଦିନ ବିଧାୟକ ମାନଙ୍କ କୋଭିଡ ଟେଷ୍ଟ ହେବ ବୋଲି କହିଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ।
ଯେଉଁମାନଙ୍କର କରୋନା ଟେଷ୍ଟ ନେଗେଟିଭ ବାହାରିବ ସେମାନଙ୍କୁ ଆସନ୍ତା ସେପ୍ଟେମ୍ବର ୨୯ରେ ହେବାକୁ ଥିବା ବିଧାନସଭାର ମୌସୁମୀ ଅଧିବେଶନରେ ପ୍ରବେଶ ଅନୁମତି ମିଳିବ ବୋଲି ବାଚସ୍ପତି କହିଛନ୍ତି ।