ଭୁବନେଶ୍ୱର: ସେପ୍ଟେମ୍ୱର ୧୪ ତାରିଖରୁ ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହେବ। ତେବେ କରୋନା ମହାମାରୀକୁ ଦୃଷ୍ଟିରେ ରଖି ଆଜିଠାରୁ ସଂସଦର ସଦସ୍ୟ, ବିଭିନ୍ନ ମନ୍ତ୍ରାଳୟର କର୍ମଚାରୀ, ସଦସ୍ୟ, ସଂସଦରେ ଉପସ୍ଥିତ ରହିବାକୁ ଥିବା ମିଡିଆ କର୍ମୀ ଆଦିଙ୍କର କରୋନା ପରୀକ୍ଷା ଆରମ୍ଭ ହୋଇଛି। ଓଡ଼ିଶାର ସାଂସଦ ପ୍ରସନ୍ନ ଆଚାର୍ଯ୍ୟ, ସସ୍ମିତ ପାତ୍ର, ପ୍ରମିଳା ବିଶୋଇ, ଜୁଏଲ ଓରାମ ପ୍ରମୁଖ ନିଜର ଆରଟି-ପିସିଆର ଟେଷ୍ଟ କରିଛନ୍ତି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଗାଇଡଲାଇନ୍ ଅନୁସାରେ ଏହି ପରୀକ୍ଷା ହେଉଛି।