ବିଧାନସଭା ବସିବା ପୂର୍ବରୁ ସବୁ ବିଧାୟକଙ୍କର ହେବ କରୋନା ଟେଷ୍ଟ

ଭୁବନେଶ୍ୱର: ବିଧାନସଭା ମୌସୁମୀ ଅଧିବେଶନ ବସିବା ପୂର୍ବରୁ ବିଧାୟକମାନଙ୍କର ହେବ କୋଭିଡ-୧୯ ଟେଷ୍ଟ । ବିଧାନସଭାକୁ ଆସୁଥିବା ବରିଷ୍ଠ ଅଫିସରଙ୍କର ଆଣ୍ଟିଜେନ୍‌ ଟେଷ୍ଟ ହେବ । ଏନେଇ ଆଜି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ନିଷ୍ପତ୍ତି ହୋଇଥିବା ନେଇ ସୂଚନା ରହିଛି ।

ସୂଚନାଯୋଗ୍ୟ, ଲୋକସଭା ଆରମ୍ଭ ପୂର୍ବରୁ ସମସ୍ତ ସାଂସଦମାନଙ୍କର କୋଭିଡ ଟେଷ୍ଟ ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଏସଓପି ଜାରି କରିଛି । ଏହି ଏସଓପି ଆଧାରରେ କୋଭିଡ ଟେଷ୍ଟ କରିବାକୁ ବିଧାନସଭା ସଚିବାଳୟ ପକ୍ଷରୁ ପ୍ରସ୍ତାବ ଦିଆଯାଇଥିଲା ।