ପୁରୀ ମେଡିକାଲରେ ବିଦେଶୀ କୋରୋନା ସନ୍ଦିଗ୍ଧ ଭର୍ତି

ପୁରୀ: ଦେଶରେ କୋରୋନା କାୟା ମେଲାଇଥିବା ବେଳେ ପୁରୀ ମେଡିକାଲରେ ଭର୍ତି ହୋଇଛନ୍ତି ଜଣେ କୋରୋନା ସନ୍ଦିଗ୍ଧ । ଜଣେ ବିଦେଶୀ ପର୍ଯ୍ୟଟକଙ୍କୁ କୋରୋନା ଆକ୍ରାନ୍ତ ସନ୍ଦେହରେ ମେଡିକାଲରେ ଭର୍ତି କରାଯାଇଛି । ବିଦେଶୀ ପର୍ଯ୍ୟଟକ ୟୁରୋପର ଲିଥୁଆନିଆର ଜଣେ ନାବାଳିକା ବୋଲି ଜଣାପଡିଛି ।

ଦୀର୍ଘ ୩ ସପ୍ତାହ ହେଲା ସେ ଥଣ୍ଡା କାଶରେ ପୀଡିତ ହୋଇଥିଲେ । ଶନିବାର ତାଙ୍କ ପରିବାର ଲୋକେ ତାଙ୍କୁ ପ୍ରଥମେ ବେସରକାରୀ ହସ୍ପିଟାଲ ଭର୍ତି କରିଥିଲେ । ହେଲେ ସେହି ମେଡିକାଲ କର୍ତୃପକ୍ଷ ତାଙ୍କୁ ଜିଲ୍ଲା ମୁଖ୍ୟଚିକିତ୍ସାଳୟରେ ଭର୍ତି କରିଛନ୍ତି । ତାଙ୍କୁ କୋରୋନା ଆଇସୋଲେସନ ୱାର୍ଡରେ ରଖାଯାଇ ଚିକିତ୍ସା କରାଯାଉଛି ।