ଏସ୍‌ସିବିରୁ କୋରୋନା ସନ୍ଦିଗ୍ଧ ଚମ୍ପଟ୍‌

କଟକ: ଏସ୍‌ସିବିରୁ ଚମ୍ପଟ ମାରିଲେ କୋରୋନା ସନ୍ଦିଗ୍ଧ । ଶୁକ୍ରବାର ଚିକିତ୍ସାଧୀନ ଅବସ୍ଥାରେ ଏସ୍‌ସିବିରୁ ଚମ୍ପଟ ମାରିଛନ୍ତି କୋରୋନା ସନ୍ଦିଗ୍ଧ । ରୋଗୀ ଜଣଙ୍କ ଆୟର୍ଲାଣ୍ଡର ବୋଲି ଜଣାପଡିଛି ।

ସୂଚନା ଅନୁଯାୟୀ, ଗତ ଗୁରୁବାର ଏୟାରପୋର୍ଟରୁ ଚିହ୍ନଟ ହେବାପରେ ସନ୍ଦିଗ୍ଧ ଜଣଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତି କରାଯାଇଥିଲା । ଏହାପରେ କ୍ୟାପିଟାଲ ହସ୍ପିଟାଲ କର୍ତୃପକ୍ଷ ସନ୍ଦିଗ୍ଧ ଜଣଙ୍କୁ କଟକ ଏସ୍‌ସିବିକୁ ସ୍ଥାନାନ୍ତରିତ କରିଥିଲେ ।

ତେବେ ଶୁକ୍ରବାର ସନ୍ଦିଗ୍ଧ ଜଣଙ୍କ ଚିକିତ୍ସାଧୀନ ଅବସ୍ଥାରେ ଏସସିବିରୁ ଚମ୍ପଟ ମାରିଛନ୍ତି । ଏନେଇ ଏସସିବି କର୍ତୃପକ୍ଷ ମଙ୍ଗଳାବାଗ ଥାନାରେ ଏତଲା ଦେବାପରେ ପୋଲିସ ସିସିଟିଭି ଆଧାରରେ ତଦନ୍ତ ଆରମ୍ଭ କରିଛି ।