ଲୋକସେବା ଭବନରେ “କୋରୋନା” ମୁକାବିଲା ଆଲୋଚନା

ଜିଲ୍ଲା ଓ ଗ୍ରାମାଂଚଳରେ କୋରୋନା ସଚେତନତା ଉପରେ ଗୁରୁତ୍ୱାରୋପ

ଭୁବନେଶ୍ୱର: ଜିଲ୍ଲା ଓ ଗ୍ରାମାଂଚଳରେ କୋରୋନା ସଚେତନତା କାର୍ଯ୍ୟକ୍ରମ ଜୋରସୋରରେ କରିବା ପାଇଁ ମୁଖ୍ୟ ଶାସନ ସଚିବ ଗୁରୁତ୍ୱ ଆରୋପ କରିଛନ୍ତି । ଆଜି ଲୋକସେବା ଭବନରେ ମୁଖ୍ୟ ଶାସନ ସଚିବ ଶ୍ରୀ ଅସିତ୍ ତ୍ରିପାଠୀ ଏବଂ ବରିଷ୍ଠ ଅଧିକାରୀମାନେ ଭିଡିଓ କନଫରେନସିଂ ଜରିଆରେ ୩୦ଟି ଜିଲ୍ଲାର ଜିଲ୍ଲାପାଳ, ଡିଆରଡିଏ ପ୍ରକଳ୍ପ ନିର୍ଦ୍ଦେଶକ ତଥା ୩୧୪ ବ୍ଲକର ବିଡିଓ ମାନଙ୍କ ସହ ଆଲୋଚନା କରି ଜିଲ୍ଲା ଓ ଗ୍ରାମାଂଚଳରେ କୋରୋନାର ମୁକାବିଲା ପାଇଁ ସଚେତନତା କାର୍ଯ୍ୟକ୍ରମକୁ ଜୋରଦାର କରିବା ପାଇଁ ପରାମର୍ଶ ଦେଇଛନ୍ତି ।

ଏହି ଅଶଳୋଚନା ସମୟରେ ମୁଖ୍ୟ ଶାସନ ସଚିବ ଶ୍ରୀ ତ୍ରିପାଠୀ କହିଛନ୍ତି ଯେ, ଲୋକମାନଙ୍କ ଭିତରେ ସଚେତନତା ଆସିଲେ କୋରୋନାକୁ ହରାଇବା ସହଜ ହେବ ।  କୋରୋନା ସମ୍ପର୍କିତ ରାଜ୍ୟ ସରକାରଙ୍କ ବିଭିନ୍ନ ପରାମର୍ଶ, ନିର୍ଦ୍ଦେଶାବଳୀ, ସମ୍ପର୍କରେ ଲୋକଙ୍କୁ ବ୍ୟାପକ ସଚେତନ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ୫ଟି ସଚିବ ପରାମର୍ଶ ଦେଇଥିଲେ ।

ଏହି ଭିଡିଓ ଆଲୋଚନା ସମୟରେ ହିତାଧିକାରୀମାନଙ୍କୁ ୩ମାସର ଆଗୁଆ ଭତା, ପେନସନ୍ ଓ ରାସନ ସାମଗ୍ରୀ ଆଦି ପ୍ରଦାନ ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଥିଲା । ଏହାବ୍ୟତୀତ ଅଙ୍ଗନୱାଡିରେ ପିଲାମାନଙ୍କ ପାଖରେ ଆଗୁଆ ଶୁଖିଲା ଖାଦ୍ୟ ପହଂଚାଇବା ଏବଂ ଏଏନଏମ୍ ଓ ଆଶାକର୍ମୀମାନଙ୍କ ପାଖରେ ପର୍ଯ୍ୟାପ୍ତ ପରିମାଣର ଅତ୍ୟାବଶ୍ୟକ ଔଷକ୍ଷ ପହଂଚାଇବା ଉପରେ ବୈଠକରେ ଗୁରୁତ୍ୱ ଆରୋପ କରାଯାଇଥିଲା ।

କୋରୋନା ମୁକାବିଲା ପାଇଁ ପ୍ରତ୍ୟେକ ଗ୍ରାମାପଂଚାୟତରେ ବିଜୁଳି, ପାଣି, ଶୌଚାଳୟ ଏବଂ ବିଦ୍ୟୁତ୍ ମହଜୁଦ କରି ରଖିବା ସୁବିଧା ଏକ ନିର୍ଦ୍ଦିଷ୍ଟ ଘରକୁ ପ୍ରସ୍ତୁତ ରଖିବା ପାଇଁ ବୈଠକରେ ପରାମର୍ଶ ଦିଆଯାଇଥିଲା । ଆବଶ୍ୟକସ୍ଥଳରେ ଏହାକୁ ଅସ୍ଥାୟୀ ଚିକିତ୍ସା କେନ୍ଦ୍ର ଭାବେ ବ୍ୟବହାର କରାଯିବ । ଏଥିପାଇଁ ପ୍ରତି ପଂଚାୟତକୁ ୫ଲକ୍ଷ ଟଙ୍କା ଲେଖାଏଁ ଅନୁମୋଦନ କରାଯାଇଛି ବୋଲି ବୈଠକରେ ସୂଚନା ଦିଆଯାଇଥିଲା ।

ଏହି ଆଲୋଚନାରେ ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର, ପଂଚାୟତିରାଜ ଓ ପାନୀୟ ଜଳ ବିଭାଗର ପ୍ରମୁଖ ସଚିବ ଏବଂ ମୁଖ୍ୟମନ୍ତ୍ରୀଙ୍କ ୫ଟି ସଚିବ ପ୍ରମୁଖ ଭାଗ ନେଇଥିଲେ ।