ଲକ୍ ଡାଉନ୍ ପରେ ରାଜ୍ୟର ପରିବା ଓ ମାଛ ମାଂସ ବଜାରରେ ଭିଡ

ଭୁବନେଶ୍ୱର: କୋରୋନାକୁ ନେଇ ଦେଶବ୍ୟାପି ଲକ୍ ଉାଡନ୍ ଘୋଷଣା କରିଥିଲେ ବି ଆଜି ଏହାକୁ ଲୋକ କରୁଛନ୍ତି ଅମାନ୍ୟ । ଏହାର ଉଦାହରଣ ସକାଳୁ ସକାଳୁ ଦେଖିବାକୁ ମିଳୁଛି ପରିବା ହାଟ ଓ ମାଛ ମାଂସ ବଜାରରେ । ସକାଳ ହେବା କ୍ଷଣି ପରିବା ଓ ମାଛ ମାଂସ ବଜାରରେ ନାହିଁ ନ ଥିବା ଭିଡ ଦେଖିବାକୁ ମିଳୁଛି ।

ରାଜ୍ୟର ଅନ୍ୟତମ ପ୍ରମୁଖ ପରିବା ବଜାର କଟକର ଛତ୍ର ବଜାରରେ ସକାଳେ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଛି। ଲୋକେ ଲକଡାଉକୁ ସମର୍ଥନ କରୁଥିଲେ ବି ପରିବା କିଣିବାକୁ ବାଧ୍ୟ ବୋଲି କହିଛନ୍ତି। ଠିକ୍ ସହିପରି କଟକର ସିଡିଏ ଅଂଚଳରେ ଥିବା ପରିବା ବଜାରରେ ବି  ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଛି । ଲୋକେ ସମାଜିକ ଦୂରତା କଥା ବୁଝୁଥିଲେ ବି ତା’କୁ କାମରେ ଲଗାଉ ନଥିବାର ଦେଖିବାକୁ ମିଳିଛି।

ଅପରପକ୍ଷରେ ଭୁବନେଶ୍ୱରର ୧ ନମ୍ବର ହାଟ ଏବଂ ଓଲ୍ଡ ଟାଉନ୍ ପରିବା ବଜାରରେ ପ୍ରବଳ ଜନଗହଳି ଦେଖିବାକୁ ମିଳିଛି।

ଠିକ୍ ସେହିପରି କନ୍ଧମାଳରେ ଲକ୍ ଡାଉନ୍ ସତ୍ୱେ ଅତ୍ୟାଶ୍ୟକୀୟ ଜିନିଷ କିଣିବାପାଇଁ ଦୋକାନରେ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଛି। ବାଲେଶ୍ୱରର ଆଟିଆଇ ମାଛ ମାର୍କେଟ ସମେତ ସହରରେ ବିଭିନ୍ନ ବଜାରରେ ଅସମ୍ଭବ ଭିଡ଼ ପରିଲକ୍ଷିତ ହୋଇଛି। ଝାରସୁଗୁଡ଼ା ସହରର ବିଭିନ୍ନ ପରିବା ଓ ମାଛମାଂସ ଦୋକାନରେ ସକାଳ ୬ ଟାରୁ ଲୋକ ଭିଡ଼ ଲଗେଇଥିବା ଦେଖିବାକୁ ମିଳିଛି। ଅନୁଗୁଳର ମାଛ ମାର୍କେଟରେ ବି ଭିଡ଼ପରିଲକ୍ଷିତ ହୋଇଛି।