କୋରୋନାର ସତର୍କତା ଓ ସଚେତନତା ବାର୍ତା ଦେଲେ ରାଜ୍ୟ ସରକାରଙ୍କ ମୁଖ୍ୟପାତ୍ର ସୁବ୍ରତୋ ବାଗଚୀ

ଭୁବନେଶ୍ୱର: କୋରୋନା ଭୂତାଣୁ ରୋଗ (କୋଭିଡ୍‌-୧୯) ସଂପର୍କରେ ସତକର୍ତା ଏବଂ ସଚେତନତା ତଥା ରାଜ୍ୟ ସରକାରଙ୍କ ପ୍ରସ୍ତୁତି ସଂପର୍କରେ ଆଜି ଅପରାହ@ରେ ସୂଚନା ଓ ଲୋକସଂପର୍କ ବିଭାଗ ତରଫରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କୋଭିଡ୍‌-୧୯ ପାଇଁ ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ଶ୍ରୀ ସୁବ୍ରତୋ ବାଗ୍‌ଚୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ସୂଚନା ଓ ଲୋକସଂପର୍କ ବିଭାଗର ଶାସନ ସଚିବ ଶ୍ରୀ ସଂଜୟ କୁମାର ସିଂ ଏବଂ ଇଲେକ୍‌ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ସଚିବ ଶ୍ରୀ ମନୋଜ ମିଶ୍ର ମଧ୍ୟ ବିଭିନ୍ନ ପ୍ରସଙ୍ଗ ଉପରେ ଗଣମାଧ୍ୟମକୁ ସୂଚନା ଦେଇଥିଲେ ।

-ଅଦ୍ୟାବଧି ଓଡ଼ିଶାରେ ୪୭ଟି ନମୁନା ପରୀକ୍ଷା କରାଯାଇଛି । ସେଥିରୁ ୪୬ଟି କରୋନା ନେଗେଟିଭ୍‌ ଥିବାବେଳେ ଗୋଟିଏ ପଜିଟିଭ୍‌ ଚିହ୍ନଟ ହୋଇଛି ।
-ସଂକ୍ରମିତ କରୋନା ରୋଗୀଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିମାନଙ୍କୁ ଯୋଗାଯୋଗ କରାଯାଇ ସେମାନଙ୍କୁ ପୃଥକ୍‌ବାସ ପାଇଁ ପରାମର୍ଶ ଦିଆଯାଇଛି ।
–  ଗତକାଲି ୧୨ଟି ନମୁନା ପରୀକ୍ଷା କରାଯାଇଥିଲା ଏବଂ ସେସବୁ କରୋନା ନେଗେଟିଭ୍‌ ରିପୋର୍ଟ ଆସିଛି । ଆଜି ସୁଦ୍ଧା ୬ଟି ନମୁନା ପରୀକ୍ଷା କରାଯାଇଛି ଓ ସେସମସ୍ତ ନେଗେଟିଭ୍‌ ରିପୋର୍ଟ ଆସିଛି ।
– ଅଦ୍ୟାବଧି ଓଡ଼ିଶାରେ କୋଭିଡ୍‌-୧୯ ସଂକ୍ରମିତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିବା ୧୮ ଜଣ ବ୍ୟକ୍ତିଙ୍କୁ ବିଭିନ୍ନ ଡାକ୍ତରଖାନାରେ ଆଇସୋଲୋସନ୍‌ରେ ରଖାଯାଇଛି ।
-ସମସ୍ତ ଜିଲ ।୍ଲ ମୁଖ୍ୟ ଚିକିତ୍ସାଳ ୟ ଓ ମେଡିକାଲ ୍‌ କ ଲେ ଜ୍‌ ହ ସ୍‌ପିଟାଲ ୍‌ଗୁଡ଼ିକ ରେ ଆଇସୋଲେ ସନ୍‌ ସୁବିଧା ଉପଲବ୍ଧ ଅଛି । ବର୍ତ୍ତମାନ ସୁଦ୍ଧା ରାଜ୍ୟର ସମସ୍ତ ସରକାରୀ ଓ ବେସରକାରୀ ଡାକ୍ତରଖାନାଗୁଡ଼ିକରେ ୫୪୦ଟି ଆଇସୋଲେସନ୍‌ ବେଡ୍‌ ପ୍ରସ୍ତୁତ ଅଛି ।
-ରାଜ୍ୟର ବ୍ଲକ୍‌ସ୍ତର ପର୍ଯ୍ୟନ୍ତ କ୍ୱାରାଣ୍ଟାଇନ୍‌ ସୁବିଧା କେନ୍ଦ୍ର ଚିହ୍ନଟ କରାଯାଇଛି ।
-ଗତ ୨୪ ଘଣ୍ଟା ମଧ୍ୟରେ ୧୦୪ ହେଲ¬ ଲାଇନ୍‌କୁ ୧୩,୬୨୭ କଲ୍‌ ଆସିଛି ।
-ଅଦ୍ୟାବଧି ବିଦେଶରୁ ଫେରିଥିବା ୨୧୩୧ ଜଣଙ୍କ ନାମ ପଞ୍ଜୀକରଣ କରାଯାଇଛି ।
-ସମସ୍ତ ଧର୍ମାନୁଷ୍ଠାନ ଓ ଅଧିକ ଜନଗହଳି ହେଉଥିବା ସ୍ଥାନମାନଙ୍କରେ ସାମାଜିକ ଦୂରତ୍ୱ ରକ୍ଷା ପାଇଁ ଆଡ୍‌ଭାଇଜରୀ ଜାରି କରାଯାଇଛି ।
– ତୀର୍ଥ ଯାତ୍ରୀ, ପୂଜକ, ସେବାୟତ ଏବଂ ଅନ୍ୟାନ୍ୟ ସ୍ଥାନ ଯେଉଁଠାରେ ନିରାପତ୍ତା ରକ୍ଷୀମାନେ ସଂପୃକ୍ତ ରହୁଛନ୍ତି, ସେମାନଙ୍କୁ ସୁରକ୍ଷା ଦିଆଯିବ । ଏଜେନ୍ସି/ବୋର୍ଡ/ଟ୍ରଷ୍ଟ ଓ ସରକାରୀ ପରିଚାଳନାଧୀନ ସଂସ୍ଥା ଯେଉଁଠାରେ ସେମାନେ କାର୍ଯ୍ୟ କରୁଛନ୍ତି, ସେମାନେ ଏଥିପ୍ରତି ଯଥେଷ୍ଟ ଦୃଷ୍ଟି ଦେବେ ।
-ଶ୍ରମିକମାନଙ୍କ ସୁରକ୍ଷା ପାଇଁ ଶ୍ରମ ଆୟୁକ୍ତଙ୍କ ତରଫରୁ ଆବଶ୍ୟକ ଗାଇଡ୍‌ ଲାଇନ୍‌ ଜାରି କରାଯାଇଛି । ଆଶ୍ରୟ ସ୍ଥଳ, କ୍ରେଚ୍‌ଗୁଡ଼ିକ ତତ୍ତ୍ୱାବଧାନ କରାଯାଉଛି ଏବଂ ନିୟମିତ ସଂକ୍ରମଣ ମୁକ୍ତ କରାଯାଉଛି ।
-ଆଧାର କେନ୍ଦ୍ରଗୁଡ଼ିକ ବନ୍ଦ କରାଯାଇଛି ।
– ଓସ୍‌ଡମା ସେ୍ୱଚ୍ଛାସେବୀମାନେ ଏଟିଏମ୍‌ କାଉଣ୍ଟରଗୁଡ଼ିକରେ ସ୍ୱଚ୍ଛତା ରକ୍ଷା ପାଇଁ ବ୍ୟାଙ୍କ ଦ୍ୱାରା ନିୟୋଜିତ ସାନିଟାରୀ ଅପରେଟରମାନଙ୍କ କାର୍ଯ୍ୟ ଯାଞ୍ଚ କରିବେ ।
-ପରିବହନ ଆୟୁକ୍ତଙ୍କ ନିର୍ଦ୍ଦେଶନାମା ଅନୁସାରେ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ତରଫରୁ ଡ୍ରାଇଭିଂ ଲାଇସେନ୍ସ/ଲର୍ଣ୍ଣିଂ ଲାଇସେନ୍ସ ପରୀକ୍ଷାକୁ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ବାତିଲ କରାଯାଇଛି ।
– ଆବଶ୍ୟକତାକୁ ଦୃଷ୍ଟିରେ ରଖି ଅଦ୍ୟାବଧି ୬୩୨୩ଟି କୋଠାଗୃହକୁ ସାମୟିକ ଚିକିତ୍ସା ଶିବିର ପାଇଁ ଚିହ୍ନଟ କରାଯାଇଛି । ସେହିପରି ସହରାଞ୍ଚଳରେ ୨୬୧ଟି କୋଠାଘରକୁ ମଧ୍ୟ ଏହି ଉଦ୍ଦେଶ୍ୟରେ ଚିହ୍ନଟ କରାଯାଇଛି । ରାଜ୍ୟରେ ୯୭ଟି ସହରାଞ୍ଚଳ ଓ ୬୭୯୭ଟି ଗ୍ରାମପଞ୍ଚାୟତରେ ଏସବୁ ରହିଛି ।
-ଯାହାର ସଂକ୍ରମଣର ସନ୍ଦେହ ରହିଛି ଏବଂ ସ୍ୱାସ୍ଥ୍ୟ କର୍ମୀ ମାସ୍କ ବ୍ୟବହାର କରିବେ । ଅନ୍ୟମାନେ ମାସ୍କ ବ୍ୟବହାର କରିବାର ଆବଶ୍ୟକତା ନାହିଁ ।
-ଅତ୍ୟାବଶ୍ୟକୀୟ ସାମଗ୍ରୀ ଯେପରିକି ସାନିଟାଇଜର, ତେଜରାତି ସାମଗ୍ରୀ, ଔଷଧ ଇତ୍ୟାଦି ମହଜୁଦ୍‌ (ହୋର୍ଡିଂ) କରି ନରଖିବା ପାଇଁ ଜନସାଧାରଣଙ୍କୁ ପରାମର୍ଶ ଦିଆଯାଇଛି ।