କୋରୋନା ପାଇଁ ବିପର୍ଯ୍ୟୟ ପାଣ୍ଠିରୁ ୨୨୫କୋଟି ମଞ୍ଜୁରୀ

ଭୁବନେଶ୍ୱର: କୋରୋନା ଭାଇରସର ମୁକାବିଲା ପାଇଁ ରାଜ୍ୟ ସରକାର ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ପାଣ୍ଠିରୁ ୨୨୫କୋଟି ଟଙ୍କା ମଞ୍ଜୁରୀ କରିଛନ୍ତି । ଆଜି ସନ୍ଧ୍ୟାରେ ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କାର୍ଯ୍ୟକାରୀ କମିଟି ବୈଠକରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାକୁ ଏହି ରାଶି ମଞ୍ଜୁରୀ କରାଯାଇଥିବା ଜଣାପଡିଛି ।

ସ୍ୱାସ୍ଥ୍ୟ ବିଭାଗକୁ ମଞ୍ଜୁରୀ ହୋଇଥିବା ଟଙ୍କାରେ ଲୋକଙ୍କ ପାଇଁ ଖୋଲାଯାଇଥିବା କ୍ୱାରେନଟାଇନ ପରିସରରେ ନମୁନା ସଂଗ୍ରହ, ସ୍କ୍ରିନିଂ, ଅସ୍ଥାୟୀ ଭାବେ ବିପର୍ଯ୍ୟୟମୂଳକ ବ୍ୟବସ୍ଥା, ଖାଦ୍ୟ, ଔଷଧ ଆଦି ପାଇଁ ଖର୍ଚ୍ଚ କରାଯିବ। ସେହିଭଳି ଏହି ଟଙ୍କାରେ ଅତିରିକ୍ତ ପରୀକ୍ଷାଗାର ଓ ଅନ୍ୟାନ୍ୟ ଆବଶ୍ୟକ ସାମଗ୍ରୀ କିଣାଯିବ।