ପୁରୀରୁ ୪ କରୋନା ପଜିଟିଭ୍; ରାଜ୍ୟରେ ଆକ୍ରାନ୍ତ ସଂଖ୍ୟା ୮୩୪

ଭୁବନେଶ୍ୱର: ପୁରୀ ଜିଲ୍ଲାରେ ପୁଣି ଥରେ ୪ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ପୁରୀ ଜିଲ୍ଲାପାଳ ବଲୱନ୍ତ ସିଂହ ରବିବାର ବିଳମ୍ବିତ ସନ୍ଧ୍ୟାରେ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି, ନୂଆ ଆକ୍ରାନ୍ତମାନେ ପୁରୀ ସହରରୁ ୨ ଜଣ, ପିପିଲିରୁ ଜଣେ ଓ କୋଣାର୍କ ଏନ୍‌ଏସିରୁ ଜଣେ ଚିହ୍ନଟ ହୋଇଛନ୍ତି । ଏଥି ସହିତ ପୁରୀ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୯ରେ ପହଂଚିଛି । ଏଥିରୁ ଜଣେ ବ୍ୟକ୍ତି ସୁସ୍ଥ ହୋଇଥିବା ବେଳେ ଆହୁରି ୨୮ ଜଣ ଚିକିତ୍ସାଧୀନ ଅଛନ୍ତି ।  ଫଳରେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୮୩୪ ରେ ପହଂଚିଛି ।