ଭୁବନେଶ୍ୱର: ରାଜ୍ୟ ସରକାରଙ୍କ କ୍ରୀଡ଼ା ଓ ଯୁବ ସେବା ମନ୍ତ୍ରୀ ତୁଷାରକାନ୍ତି ବେହେରା କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ମନ୍ତ୍ରୀ ଶ୍ରୀ ବେହେରା ଟୁଇଟ ଜରିଆରେ ଏହି ସୂଚନା ଦେଇଛନ୍ତି । ଏଥି ସହିତ ସେ କହିଛନ୍ତି, ବିଗତ ୭ ଦିନ ମଧ୍ୟରେ ଯେଉଁମାନେ ମୋ ସଂସ୍ପର୍ଶରେ ଆସିଛନ୍ତି, ନିଜକୁ ଆଇସୋଲେସନରେ ରଖନ୍ତୁ । ଶ୍ରୀ ବେହେରା କହିଛନ୍ତି ଯେ, ମୁଁ ଏବେ ହୋମ ଆଇସୋଲେସନରେ ଥାଇ ସୁସ୍ଥ ଅଛି ।
I have tested COVID positive today. Hence I request all my friends and associates who came in contact with me in last 7 days to test & isolate themselves.#StaySafe
— Tusharkanti Behera (@btushar02) September 25, 2020