କରୋନାରୁ ଆଉ ୧ ହଜାର ୨ ୭୧ ଜଣ ଆକ୍ରାନ୍ତ ସୁସ୍ଥ

ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୯୬ ହଜାର ୫୧୬କୁ ବୃଦ୍ଧି

ଭୁବନେଶ୍ୱର: ରାଜ୍ୟରେ ଆଜି କରୋନାରୁ ୧ ହଜାର ୨ ୭୧ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏଥି ସହିତ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୯୬ ହଜାର ୫୧୬କୁ ବୃଦ୍ଧି ପାଇଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି।
ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ ଖୋର୍ଦ୍ଧା ଜିଲ୍ଳାରୁ ଆଜି ୧୪୬ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। କଟକ ଜିଲ୍ଲାରୁ ୧୧୬ ଜଣ, ବାଲେଶ୍ୱର ଜିଲ୍ଲାରୁ ୧୦୩ ଜଣ, ମୟୂରଭଂଜ ଜିଲ୍ଲାରୁ ୯୪ ଜଣ, ଅନୁଗୁଳ ଜିଲ୍ଲାରୁ ୬୬ ଜଣ, ଜଗତସିଂହପୁର ଜିଲ୍ଲାରୁ ୫୮ ଜଣ, ବରଗଡ଼ ଜିଲ୍ଲାରୁ ୫୫ ଜଣ, କଳାହାଣ୍ଡି ଜିଲ୍ଳାରୁ ୫୦ ଜଣ, ନୂଆପଡ଼ା ଜିଲ୍ଲାରୁ ୪୬ ଜଣ, କେନ୍ଦୁଝର ଜିଲ୍ଲାରୁ ୪୫ ଜଣ, ବଲାଙ୍ଗୀର ଜିଲ୍ଲାରୁ ୪୩ ଜଣ, କେନ୍ଦ୍ରାପଡ଼ା ଜିଲ୍ଲାରୁ ୪୧ ଜଣ ଓ ନବରଂଗପୁର ଜିଲ୍ଲାରୁ ୪୦ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।