ପୋଲିସ କର୍ମଚାରୀଙ୍କ ଦେହରେ ଠାବ ହେଲା କରୋନା ଭୁତାଣୁ

ଭୁବନେଶ୍ୱରର ଜଣେ ପୋଲିସ କର୍ମଚାରୀ କରୋନା ଆକ୍ରାନ୍ତ

ଭୁବନେଶ୍ୱର :  ପୋଲିସକୁ ଡେଇଁଲା କରୋନା । ରାଜ୍ୟରେ ପ୍ରଥମ ଥର ପାଇଁ ଜଣେ ପୋଲିସ କର୍ମଚାରୀଙ୍କ ଦେହରେ ଠାବ ହେଲା କରୋନା ଭୁତାଣୁ । ସମ୍ପୃକ୍ତ ପୋଲିସ୍ କର୍ମଚାରୀଙ୍କୁ କୋଭିଡ଼୍ କେୟାରକୁ ସ୍ଥାନାନ୍ତର । ଏନେଇ କମିଶନରେଟ୍ ପୋଲିସ ପକ୍ଷରୁ ଟ୍ୱିଟ୍ ଯୋଗେ ସୂଚନା ଦିଆଯାଇଛି ।

ଆଜି ରାଜ୍ୟରେ ଚିହ୍ନଟ ହୋଇଥିବା ୧୦୨ ନୂଆ କରୋନା ଆକ୍ରାନ୍ତଙ୍କ ମଧ୍ୟରେ ଅଛନ୍ତି ଜଣେ ପୋଲିସ୍ କର୍ମଚାରୀ । ଭୁବନେଶ୍ୱରରୁ ଚିହ୍ନଟ ହୋଇଥିବା ୨ ନୂଆ କରୋନା ସଂକ୍ରମିତଙ୍କ ମଧ୍ୟରେ ଜଣେ କମିଶନରେଟ ପୋଲିସ୍ କର୍ମଚାରୀଙ୍କ ଦେହରେ ଠାବ ହୋଇଛି କରୋନା ଭୁତାଣୁ । ଏନେଇ କମିଶନରେଟ୍ ପୋଲିସ ପକ୍ଷରୁ ଟ୍ୱିଟ ଯୋଗେ ସୂଚନା ଦିଆଯାଇଛି । ତେବେ ସଂପୃକ୍ତ କର୍ମଚାରୀ ଜଣକ ଛୁଟିରୁ ଫେରିବା ପରେ ତାଙ୍କର କରୋନା ଟେଷ୍ଟ କରାଯାଇଥିଲା । ଯେଉଁଥିରେ ତାଙ୍କର ପଜିଟିଭ ବାହାରିଥିଲା ।