ଭୁବନେଶ୍ୱର: ଗତକାଲି ରାତିରେ ସାଲିଆ ସାହିର ଜଣେ ମହିଳା କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାପଡ଼ିଛି । ଖବର ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ପ୍ରଶାସନର ନିଦ ହଜିଯାଇଛି । ଏହାକୁ ନେଇ କେହି କେହି ଗୋଷ୍ଠୀ ସଂକ୍ରମଣ ସମ୍ଭାବନା ଅଛି ବୋଲି କହୁଥିବା ବେଳେ କିଛି ଡାକ୍ତର ଏହାକୁ ଖଣ୍ଡନ କରିଛନ୍ତି । ଯାହା ଜଣାପଡ଼ିଛି ମହିଳା ଜଣଙ୍କ ପ୍ରସବ ପାଇଁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ତାଙ୍କର ଲକ୍ଷଣକୁ ଦେଖି ଡାକ୍ତର ତାଙ୍କର ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ କୋଭିଡ ୧୯କୁ ପଠାଇଥିଲେ । ଉକ୍ତ ମହିଳାଙ୍କ ସ୍ୱାମୀ ନିକଟରେ ଗୁଜୁରାଟରୁ ଫେରିଥିଲେ । ଏହାକୁ ନଜରରେ ରଖି ଡାକ୍ତର ମହିଳା ଜଣଙ୍କୁ ଆଇସୋଲେସନ ୱାର୍ଡରେ ରଖିଥିଲେ । ଗତକାଲି ମହିଳା ଜଣଙ୍କର ପ୍ରସବ ହୋଇଥିଲ । ଉଭୟ ନବଜାତ ଶିଶୁ ଓ ମହିଳାଙ୍କର ନମୁନା ପରୀକ୍ଷା ପାଇଁ କୋଭିଡ୧୯କୁ ପଠାଯାଇଥିଲା । କିନ୍ତୁ ମହିଳାଜଣଙ୍କର ରିପୋର୍ଟ ପଜିଟିଭ ଆସିଥିବା ବେଳେ ନବଜାତ ଶିଶୁଟିର ରିପୋର୍ଟ ନେଗେଟିଭ ଆସିଥିବା ଜଣାପଡ଼ିଛି ।