କରୋନା ଯୋଗୁଁ ପ୍ରଭାବିତ ସହରାଚଂଳ ନିରାଶ୍ରୟ ଲୋକଙ୍କୁ ରନ୍ଧାଖାଦ୍ୟ : ଆଜି ସୁଦ୍ଧା ୩,୭୪,୭୩୫ ଜଣ ଉପକୃତ

ଭୁବନେଶ୍ୱର: କରୋନା ଯୋଗୁଁ ପ୍ରଭାବିତ ସହରାଚଂଳ ନିରାଶ୍ରୟ ଲୋକଙ୍କୁ ରନ୍ଧାଖାଦ୍ୟ ଯୋଗାଇ ଦିଆଯାଉଛି । ଗତ ୨୭ ତାରିଖରୁ ପୌରାଚଂଳମାନଙ୍କରେ ଏହି ମାଗଣା ରନ୍ଧା ଖାଦ୍ୟ ପ୍ରଦାନ ବ୍ୟବସ୍ଥା ଆରମ୍ଭ ହୋଇଛି । ରାଜ୍ୟର ୧୧୪ ଗୋଟି ପୌରାଚଂଳର ୨୦୩୫ ଟି ୱାର୍ଡ ମଧ୍ୟରୁ ୧୪୭୯ ଟି ୱାର୍ଡରେ ମାଗଣାରେ ରନ୍ଧା ଖାଦ୍ୟ ପ୍ରଦାନ କରାଯିବାର ବ୍ୟବସ୍ଥା କରାଯାଇଛି । ଆଜି ଏହି ୧୪୭୯ ୱାର୍ଡରେ ୫୨୨୩୫ ଜଣଙ୍କୁ ରନ୍ଧା ଖାଦ୍ୟ ପ୍ରଦାନ କରାଯାଇଥିବା ବେଳେ ଏପର୍ଯ୍ୟନ୍ତ ୩,୭୪,୭୩୫ ଜଣ ଉପକୃତ ହୋଇଥିବା ପ୍ରକାଶ । କରୋନା ନେଇ ରାଜ୍ୟ ସରକାରଙ୍କ ତରଫରୁ ଜାରି ହୋଇଥିବା ମାର୍ଗଦର୍ଶୀକା ଅନୁଯାୟି ସମସ୍ତ ସତର୍କତା ପାଳନ କରାଯାଇ ରନ୍ଧା ଖାଦ୍ୟ ବ୍ୟବସ୍ଥା କରାଯାଇଥିବା ଗୃହ ଓ ନଗର ଉନ୍ନୟନ ବିଭାଗ ସୂତ୍ରରୁ ପ୍ରକାଶ ।