କୋରୋନା ମହାମାରୀ ସମ୍ପର୍କରେ ବାରଣାସୀର ଜନସାଧାରଣଙ୍କ ସହିତ ପ୍ରଧାନମନ୍ତ୍ରୀଙ୍କ ଆଲୋଚନା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଆଜି ତାଙ୍କ ନିର୍ମାଚନ ମଣ୍ଡଳୀ ବାରଣାସୀର ଜନସାଧାରଣଙ୍କ ସହିତ ଭିଡିଓ କନଫରେନ୍ସ ଜରିଆରେ ଆଲୋଚନା କରିଥିଲେ । ଏହି ଅବସରରେ ସେ କହିଥିଲେ ଯେ, ବାରଣାସୀର ସାଂସଦ ଭାବେ ଏଭଳି ଏକ ଘଡିସନ୍ଧି ମୁହୁର୍ତରେ ସେ ସେମାନଙ୍କ ଗହଣରେ ରହିବା କଥା । ମାତ୍ର ଦିଲ୍ଲୀରେ ଚାଲିଥିବା ପରିସ୍ଥିତି କାରଣରୁ ତାହା ସମ୍ଭବ ହୋଇପାରୁନାହିଁ । ବ୍ୟସ୍ତବହୁଳ କାର୍ଯ୍ୟସୂଚୀ ସତ୍ୱେ ସେ ନିୟମିତ ଭାବେ ନିଜ ସହଯୋଗୀମାନଙ୍କ ଠାରୁ ବାରଣାସୀର ସ୍ଥିତି ସମ୍ପର୍କରେ ଖବର ସଂଗ୍ରହ କରୁଛନ୍ତି । କୋରୋନା ମହାମାରୀ ବ୍ୟାପିବା ପରେ ପ୍ରଥମ ଥର ଲାଗି ପ୍ରଧାନମନ୍ତ୍ରୀ ନିର୍ବାଚନମଣ୍ଡଳୀର ଜନସାଧାରଣଙ୍କ ସହିତ ଆଲୋଚନା କରିଥିଲେ ।