ଟଳିପଡିଲେ କରୋନା ଯୋଦ୍ଧା ଅଙ୍ଗନାୱାଡି କର୍ମୀ

କେନ୍ଦୁଝର: କରୋନା ଯୋଦ୍ଧାର ପ୍ରମୁଖ ଯୋଦ୍ଧା କୁହାଯାଉଥିବା ଅଙ୍ଗନାୱାଡି କର୍ମୀ ଗତକାଲି ପ୍ରାଣ ହରାଇଥିବା ସୂଚନା ମିଳିଛି । ଏହି ଘଟଣା ଘଟିଛି କେନ୍ଦୁଝର ଜିଲ୍ଲାରେ ।

ସୂଚନା ଅନୁସାରେ, କେନ୍ଦୁଝର ଜିଲ୍ଲାର ବିଲେଇପଦା ଶ୍ରୀଧରପୁର ଗାଁର ଅଙ୍ଗନବାଡ଼ି କର୍ମୀ ରୁକ୍ମିଣୀ ମହାନ୍ତ(୫୫) ସହାୟିକାଙ୍କ ସହ ତାଲାବନ୍ଦ ସମୟରେ ଘର ଘର ବୁଲି ଖାଦ୍ୟ ବାଂଟୁଥିଲେ । ଏହି ସମୟରେ ରୁକ୍ମିଣୀ ମହାନ୍ତଙ୍କ ମୁଣ୍ଡ ବୁଲାଇବାରୁ ସେ ତଳେ ପଡ଼ିଯାଇଥିଲେ ।

ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ଚମ୍ପୁଆର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତା’ପରେ ରୁକ୍ମିଣୀ ମହାନ୍ତଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା ସେଠାରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା । ମୃତ ରୁକ୍ମିଣୀ ଉଚ୍ଚ ରକ୍ତଚାପ ଏବଂ ମଧୁମେହ ରୋଗରେ ପୀଡ଼ିତା ଥିଲେ ବୋଲି ବି ଜଣାଯାଇଛି। ଏନେଇ ଜିଲ୍ଲା ଅଙ୍ଗନୱାଡି ସଂଘ ପକ୍ଷରୁ ତାଙ୍କ ପରିବାରକୁ ଉପଯୁକ୍ତ କ୍ଷତିପୂରଣ ଦେବାକୁ ଦାବି ହୋଇଛି ।