କୋରୋନା: ଭାରତରେ ସଂକ୍ରମଣଙ୍କ ସଂଖ୍ୟା ୧୩୯୭, ମୃତ୍ୟୁ ସଂଖ୍ୟା ୩୫

ନୂଆଦିଲ୍ଲୀ: ଦେଶର ବର୍ତମାନ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଅନୁସାରେ,ବର୍ତମାନ ଦେଶରେ ମୋଟ ୧୩୯୭ ଜଣ ସଂକ୍ରମଣର ଶିକାର ହୋଇଥିବା ବେଳେ ମୃତ୍ୟସଂଖ୍ୟା ୩୫ରେ ପହଂଚିଛି । ଅନ୍ୟପକ୍ଷେ ସରକାରଙ୍କ ମୁତାବକ ୧୨୩ ଜଣଙ୍କୁ ଡିସଚାର୍ଜ କରାଯାଇଛି ।

ଦିଲ୍ଲୀ ନିଜାମୁଦ୍ଦିନ ସମାବେଶରେ ଯୋଡି ହୋଇଥିବା ୨୪ ଲୋକ କୋରୋନା ପଜିଟିଭ ମିଳିବା ପରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ତତ୍ପରତା ବୃଦ୍ଧି ପାଇଛି । ଅନ୍ୟପକ୍ଷେ ମଧ୍ୟପ୍ରଦେଶ ସରକାର ସମାବେଶକୁ ଯାଇଥିବା ରାଜ୍ୟ ୧୦୭ଜଣ ଲୋକଙ୍କ ମଧ୍ୟରୁ ୮୨ଜଣଙ୍କ ଚିହ୍ନଟ କରିସାରିଲାଣି । ଏହାପୂର୍ବରୁ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ, ସେମାନଙ୍କୁ ପୃଥକ ରଖାଯିବା ନେଇ ସୂଚନା ଦେଇଛନ୍ତି ।

ସେ କହିଛନ୍ତି, କିଛିଦିନ ପୂର୍ବେ ଦିଲ୍ଲୀରେ ତବଲୀଗୀ ଜମାତ ପକ୍ଷରୁ ଏକ ଧାର୍ମିକ ସମାବେଶ ହୋଇଥିଲା । ଏଥିରେ ୨୦୦ଜଣ କୋଭିଡ-୧୯ର ସଂକ୍ରମଣର ଶିକାର ହୋଇଥିବା ବେଳେ ତେଲେଙ୍ଗାନାରେ ୬ଜଣଙ୍କ ମୃତ୍ୟୁ ହୋଇଛି । ଆନ୍ଧ୍ରପ୍ରଦେଶରେ ମଙ୍ଗଳବାର କୋରୋନା ଭାଇରସ ସଂକ୍ରମଣର ୨୧ ନୂଆ ମାମଲା ସାମ୍ନାକୁ ଆସିଛି । ଏଥିରେ ୧୮ଜଣ ନିଜାମୁଦ୍ଦିନ ସମାବେଶରେ ଭାଗ ନେଇଥିଲେ ।