ଫେବ୍ରୁଆରି ମାସ ପାଇଁ କରୋନା ଗାଇଡଲାଇନ ଜାରି

ନୂଆଦିଲ୍ଲୀ: ଗୃହ ମନ୍ତ୍ରାଳୟ ବୁଧବାର ଫେବ୍ରୁଆରି ମାସ ପାଇଁ କରୋନା ଗାଇଡଲାଇନ ଜାରି କରିଛନ୍ତି । ଏହି ଗାଇଡଲାଇନ ଫେବ୍ରୁଆରି ୧, ୨୦୨୧ଠାରୁ କାର?୍ୟ୍ୟକାରୀ ହେବ ଏବଂ ଫେବ୍ରୁଆରି ୨୮, ୨୦୨୧ପର?୍ୟ୍ୟନ୍ତ ବଳବତ୍ତର ରହିବ । ଗୃହ ମନ୍ତ୍ରାଳୟର ବିଜ୍ଞପ୍ତି ଅନୁଯାୟୀ, ନିର୍ଦ୍ଦେଶାବଳୀଗୁଡିକର ମୁଖ୍ୟ ଉଦ୍ଦେଶ୍ୟ ହେଉଛି କରୋନା ସଂକ୍ରମଣ ରୋକିବାରେ ଦେଶ ହାସଲ କରିଥିବା ସଫଳତାକୁ ଆହୁରି ମଜବୁତ କରିବା । ଏବେ କରୋନା କଟକଣା ପାଇଁ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା କମୁଥିବା ବେଳେ ଆଗକୁ ମଧ୍ୟ ସତର୍କ ରହି ଏବଂ କଟକଣା ମାନି ଚଳିବାକୁ ଗୃହ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ।

ଏହି ପରିପ୍ରେକ୍ଷୀରେ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରାଳୟ ଦ୍ୱାରା ଦିଆଯାଇଥିବା ନିର୍ଦ୍ଦେଶାବଳୀକୁ ଧ୍ୟାନରେ ରଖି କଣ୍ଟେନମେଣ୍ଟ ଜୋନ୍ଗୁଡିକ ଜିଲ୍ଲା କର୍ତ୍ତୃପକ୍ଷଙ୍କ ଦ୍ୱାରା ପୃଥକ କରାଯିବ । ନିର୍ଦ୍ଦିଷ୍ଟ କଣ୍ଟେନମେଣ୍ଟ ଜୋନ୍ ମଧ୍ୟରେ, ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରାଳୟ ଦ୍ୱାରା ଧାର?୍ୟ୍ୟ କରାଯାଇଥିବା ଗାଇଡଲାଇନ କଠୋର ଭାବରେ ପାଳନ କରାଯିବ । ନିର୍ଦ୍ଦିଷ୍ଟ କଣ୍ଟେନମେଣ୍ଟ ଜୋନରେ କଟକଣା କଡାକଡି ଭାବରେ ପାଳନ କରାଯାଉଛି କି ନାହିଁ ତାହା ସ୍ଥାନୀୟ ଜିଲ୍ଲା, ପୁଲିସ ଏବଂ ପେ?ରପାଳିକା କର୍ତ୍ତୃପକ୍ଷ ନିଶ୍ଚିତ କରିବେ । ଏହା ସହ ରାଜ୍ୟ / କେନ୍ଦ୍ରଶାସିତ ଅଞ୍ଚଳର ସରକାର ଏହି ପ୍ରସଙ୍ଗରେ ସମ୍ପୃକ୍ତ ଅଧିକାରୀଙ୍କ ଉତ୍ତରଦାୟିତ୍ୱ ନିଶ୍ଚିତ କରିବେ ।
ତେବେ କଣ୍ଟେନମେଣ୍ଟ ଜୋନ୍ ବାଦ୍ ସମସ୍ତ ପ୍ରକାର ସାମାଜିକ, ସାଂସ୍କୃତିକ, ମନୋରଞ୍ଜନ ଧର୍ମୀ କାମ ଏସଓପି ଅନୁଯାୟୀ ଜାରି ରହିବ । ତା’ ସହ ସିନେମା ହଲ୍‌, ଥିଏଟର ପାଇଁ ପୂର୍ବରୁ ଜାରି କରାଯାଇଥିବା ଏସଓପିରେ ପରିବର୍ତ୍ତନ ଅଣାଯାଇ ନୂଆ ଏସଓପି ଜାରି କରାଯିବ ବୋଲି କୁହାଯାଇଛି । ପୂର୍ବରୁ ସିନେମା ହଲ୍ ଏବଂ ଥିଏଟରରେ ୫୦% ବସିବା କ୍ଷମତା ପାଇଁ ଅନୁମତି ଦିଆଯାଇଥିଲା । ବର୍ତ୍ତମାନ ବସିବା କ୍ଷମତା ବଢ଼ାଇବା ପାଇଁ ଅନୁମତି ଦିଆଯିବ । ଏନେଇ ଗୃହ ମନ୍ତ୍ରାଳୟର ପରାମର୍ଶ ନେଇ ନୂଆ ଏସଓପି ଜାରି କରିବ ସୂଚନା ଏବଂ ପ୍ରସାରଣ ମନ୍ତ୍ରାଳୟ ।
ପୂର୍ବରୁ କ୍ରୀଡା ବ୍ୟକ୍ତିବିଶେଷଙ୍କ ବ୍ୟବହାର ପାଇଁ ସୁଇମିଂ ପୁଲକୁ ଅନୁମତି ଦିଆଯାଇଥିଲା । ବର୍ତ୍ତମାନ ସମସ୍ତଙ୍କ ବ୍ୟବହାର ପାଇଁ ସୁଇମିଂ ପୁଲକୁ ଅନୁମତି ଦିଆଯିବ, ଯେଉଁଥିପାଇଁ ଗୃହ ମନ୍ତ୍ରାଳୟ ସହିତ ପରାମର୍ଶ କରି ଯୁବ ବ୍ୟାପାର ଏବଂ କ୍ରୀଡ଼ା ମନ୍ତ୍ରାଳୟ ଏକ ସଂଶୋଧିତ ଏସଓପି ପ୍ରଦାନ କରିବ । ସେହିପରି ସମସ୍ତ ପ୍ରକାରର ପ୍ରଦର୍ଶନୀ ହଲ୍ ମଧ୍ୟ ଗୃହ ମନ୍ତ୍ରାଳୟର ନିୟମ ଅନୁଯାୟୀ ଖୋଲିପାରିବ ।

ବିଜିନେସ୍ ଟୁ ବିଜିନେସ୍ (ବିଟୁବି) ପ୍ରଦର୍ଶନୀ ହଲ୍ ଗୁଡିକୁ ପୂର୍ବରୁ ଅନୁମତି ଦିଆଯାଇଥିଲା । ବର୍ତ୍ତମାନ ସମସ୍ତ ପ୍ରକାର ପ୍ରଦର୍ଶନୀ ହଲକୁ ଅନୁମତି ଦିଆଯିବ, ଯେଉଁଥିପାଇଁ ବାଣିଜ୍ୟ ବିଭାଗ ଗୃହ ମନ୍ତ୍ରାଳୟ ସହିତ ପରାମର୍ଶ କରି ଏକ ସଂଶୋଧିତ ଏସଓପି ଜାରି କରିବ ।

ଆନ୍ତର୍ଜାତୀୟ ବିମାନ ଯାତ୍ରା ପାଇଁ ବିମାନ ସଂଖ୍ୟା ବଢ଼ାଇବାକୁ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ଗୃହର ମନ୍ତ୍ରାଳୟ ସହିତ ପରାମର୍ଶ କରି ନିଷ୍ପତ୍ତି ନେବ । ଅନ୍ୟପଟେ ରାଜ୍ୟ-ରାଜ୍ୟ ଭିତରେ କିମ୍ବା ରାଜ୍ୟ ବାହାରେ ସମସ୍ତ ପ୍ରକାରର ଯାତାୟତକୁ କଟକଣାମୁକ୍ତ କରାଯାଇଛି । ୬୫ ବର୍ଷରୁ ଅଧିକ ଓ ୧୦ ବର୍ଷରୁ କମ୍ ଶିଶୁଙ୍କୁ ସୁରକ୍ଷିତ ରହିବାକୁ ପରାମର୍ଶ ଦିଆଯାଇଛି । ଯଦି କେହି ବି ଗାଇଡଲାଇନକୁ ଉଲ୍ଲଘଂନ କରନ୍ତି ତେବେ ତାଙ୍କ ବିରୋଧରେ କଡ଼ା କାର?୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ ।