କ୍ରିଟିକାଲ ବର୍ଗର ୫୦% ଓ ଆଂଶିକ କ୍ରିଟିକାଲ ବର୍ଗର ୧୦% କର୍ମଚାରୀ ଆସିବେ ଅଫିସ୍‌

ଭୁବନେଶ୍ୱର: କୋରୋନାକୁ ନେଇ ଦେଶବ୍ୟାପି ଲକ୍ ଡାଉନ୍ ହୋଇଥିବାବେଳେ କେଉଁ ସରକାରୀ କର୍ମଚାରୀ ଅଫିସ ଆସିବେ ସେ ନେଇ ଏକ କ୍ୟାଟେଗୋରୀ କରାଯାଇଛି । ଏହି କ୍ୟାଟେଗୋରୀରେ ଆଂଶିକ ପରିବର୍ତନ ନେଇ GA ଡିପାର୍ଟମେଂଟ ନିର୍ଦ୍ଦେଶ ଦେଇଛି। ମାର୍ଚ୍ଚ ୨୯ ରାତି ୯ଟା ପର୍ଯ୍ୟନ୍ତ କର୍ମଚାରୀଙ୍କ ପାଇଁ ପରିବର୍ତିତ ନିର୍ଦ୍ଦେଶ ଦିଆଯାଇଛି।

ସେହି ଅନୁଯାୟୀ, କ୍ରିଟିକାଲ କ୍ୟାଟେଗୋରୀ ବର୍ଗର ୫୦% କର୍ମଚାରୀ ଅଫିସ୍ ଆସି କାମ କରିବେ। କ୍ରିଟିକାଲ ବର୍ଗ ହେଉଛି- FS&CW, GA&PG, H&UD, ସ୍ୱାସ୍ଥ୍ୟ, ଗୃହ, SRC & OSDMA। ଆଂଶିକ କ୍ରିଟିକାଲ ବର୍ଗର କେବଳ ୧୦% କର୍ମଚାରୀ ଅଫିସ୍ କାମ କରିବେ। ଆଂଶିକ କ୍ରିଟିକାଲ- ଶକ୍ତି, ଅର୍ଥ, ରାଜସ୍ୱ, I&PR ପରି ୧୨ଟି ବିଭାଗ ସାମିଲ। ନନ୍-କ୍ରିଟିକାଲ ବର୍ଗର କେହି କର୍ମଚାରୀ ଅଫିସ୍ ଆସିବେ ନାହିଁ। ନନ୍ କ୍ରିଟିକାଲ ହେଉଛି- କୃଷି, ଅବକାରୀ, ଆଇନ, ଶିଳ୍ପ, MSME ପରି ୨୩ ବିଭାଗ।