ଜୁନ୍ ମାସ ଆରମ୍ଭରୁ କମିବ କରୋନା ସଂକ୍ରମଣ : ସ୍ୱାସ୍ଥ୍ୟ ବିଶେଷଜ୍ଞ

ଭୁବନେଶ୍ୱର: ରାଜ୍ୟରେ ଜୁନ ମାସରେ କରୋନାରୁ ମିଳିବ ଆଶ୍ୱସ୍ତି । ମେ ମାସ ଶେଷ ବା ଜୁନ୍ ମାସ ଆରମ୍ଭରୁ କମିବ କରୋନା ସଂକ୍ରମଣ । ମେ ୩୧ ପରେ ସଂକ୍ରମଣ ସଂଖ୍ୟା ଦଶ ହଜାର ତଳକୁ ଆସିବ । ରାଜ୍ୟରେ କରୋନା ଦ୍ୱିତୀୟ ଲହର ବିଳମ୍ବରେ ବୃଦ୍ଧି ହୋଇଥିବାରୁ ଅନ୍ୟ ରାଜ୍ୟଙ୍କ ତୁଳନାରେ ବିଳମ୍ବରେ କମିବ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞ ଡାକ୍ତର ନିରୋଜ ମିଶ୍ର କହିଛନ୍ତି । ଦୈନିକ ଦଶରୁ ବାର ହଜାର ପଜିଟିଭ୍‌ ସଂଖ୍ୟା ଆସନ୍ତା ଗୋଟିଏ ସପ୍ତାହ ପର୍ଯ୍ୟନ୍ତ ରହିବ ।

ଦୈନିକ ଦଶରୁ ବାର ହଜାର ପଜିଟିଭ ସଂଖ୍ୟା ଆସନ୍ତା ଗୋଟିଏ ସପ୍ତାହ ପର୍ଯ୍ୟନ୍ତ ରହିବ । ବର୍ତମାନ ସ୍ଥିତି ପ୍ଲାଟୁ ଷ୍ଟେଜରେ ରହିଛି ଏବଂ ପଜିଟିଭ ରେଟ କୋଡିଏ ପ୍ରତିଶତ ରହିଛି, ତେଣୁ ଟେଷ୍ଟ କମ କିମ୍ବା ବେଶି କଲେ ମଧ୍ୟ ସେହି ହାରରେ ପଜିଟିଭ ସଂଖ୍ୟା ରହୁଛି । ଆଉ ଗୋଟେ ସପ୍ତାହ ଲାଗିବ ଏହି ପଜିଟିଭିଟି ରେଟ କମିବା ପାଇଁ, ଏହା ପରେ ମେ ଶେଷ ଅବା ଜୁନ ମାସ ପ୍ରଥମରୁ ସଂକ୍ରମଣ ଧୀରେ ଧୀରେ କମିବ । ମେ 31 ପରେ ସଂକ୍ରମଣ ସଂଖ୍ୟା ଦଶ ହଜାର ତଳକୁ ଆସିବ । ଜୁନ ମାସରେ ଅସ୍ବସ୍ତି ମିଳିବ । ଆମର ସଂକ୍ରମଣ ଯେହେତୁ ବିଳମ୍ବରେ ବୃଦ୍ଧି ହୋଇଥିଲା, ତେଣୁ ଏହା ଅନ୍ୟ ରାଜ୍ୟ ମାନଙ୍କଠାରୁ ବିଳମ୍ବରେ କମିବ । ଏଣିକି ଗାଁ ଗୁଡିକୁ ଫୋକସ କରିବାକୁ ପଡିବ । ଗାଁ ଗୁଡିକରେ ଅଣ୍ଡର ରିପୋର୍ଟିଂ ହେବ । ଗାଁ ଗୁଡିକରେ ସଂକ୍ରମିତ ସଂଖ୍ୟା ବୃଦ୍ଧି ହେଉଛି । ଗାଁ ମାନଙ୍କରେ ସଠିକ ରିପୋର୍ଟ ମଧ୍ୟ ଆସି ପାରିବନାହିଁ କାରଣ ଟେଷ୍ଟିଙ୍ଗ ଫାସିଲିଟି ମଧ୍ୟ ନାହିଁ । ଲୋକମାନେ ଟେଷ୍ଟିଙ୍ଗ କରାଇବା ପାଇଁ ମଧ୍ୟ ଇଛୁକ ନୁହନ୍ତି । ଲୋକେ କମ ଅବଗତ ଥିବାରୁ ମୃତ୍ୟୁହାର ଟିକେ ଅଧିକ ରହିବ । ଭିତିଭୂମି ନାହିଁ ଏବଂ ଲୋକମାନେ ସଚେତନ ନାହାନ୍ତି । ତେଣୁ ଦେଶର ଗ୍ରାମଞ୍ଚଳରେ ମୃତ୍ୟୁସଂଖ୍ୟା ଅଧିକ ହୋଇପାରେ । ସର୍ବନିମ୍ନ ଆଉ ଦୁଇ ସପ୍ତାହ ଲକଡାଉନ ରାଜ୍ୟକୁ ଆବଶ୍ୟକ । ଲକଡାଉନ ଭାଓଲେସନକୁ କଡାକଡି କରିବାକୁ ପଡିବ । ସରକାର ମଧ୍ୟ ଲକଡାଉନକୁ ଆଉ ଅଧିକ କଡାକଡି କରିପାରିଲେ ବହୁତ ଭଲ ହେବବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞ ଡାକ୍ତର ନିରୋଜ ମିଶ୍ର କହିଛନ୍ତି ।