କୋରୋନା ମୁକାବିଲା; ତିନି ମାସର ଦରମା ଦେବେ ବିଜେଡି ସାଂସଦ ଓ ବିଧାୟକ

ଭୁବନେଶ୍ୱର : ରାଜ୍ୟରେ କୋରୋନା ମୁକାବିଲା ପାଇଁ ଆଗେଇ ଆସିଛନ୍ତି ମୁଖ୍ୟମନ୍ତ୍ରୀ ଓ ବିଜେଡିର ସମସ୍ତ ବିଧାୟକ ଓ ସାଂସଦ । ସମସ୍ତେ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ନିଜର ତିନି ମାସର ଦରମା ଦେବା ପାଇଁ ସ୍ଥିର କରିଛନ୍ତି ।

ଏନେଇ ଦଳର ସାଧାରଣ ସମ୍ପାଦକ ସଞ୍ଜୟ ଦାସ ବର୍ମା ସୂଚନା ଦେଇ କହିଛନ୍ତି କି ବର୍ତମାନର ଘଡିସନ୍ଧି ମୁହୂର୍ତରେ ସମସ୍ତେ ସହଯୋଗ କରିବା ପାଇଁ ଆଗେଇ ଆସିବା ଦରକାର। ରାଜ୍ୟର ବିକାଶ ପାଇଁ ସମସ୍ତଙ୍କ ସହଯୋଗ ଦରକାର। କୋରୋନା ଯେଉଁ ବିପର‌୍ୟ୍ୟୟ ଆଣିଛି ତାହା ପୂରଣ ହେବାକୁ ଅନେକ ସମୟ ଲାଗିବ। ତେଣୁ ସମସ୍ତେ ଏକାଠି ହୋଇ ପୁଣି ସଶକ୍ତ ଓଡିଶା ଗଠନ କରିବା ପାଇଁ ସେ ଅପିଲ କରିଛନ୍ତି। ତେବେ ମାର୍ଚ୍ଚ ୨୯ ସୁଦ୍ଧା ସମସ୍ତେ ଏହି ଅର୍ଥ ପ୍ରଦାନ କରିବାକୁ ସମୟ ଦିଆଯାଇଛି।