ଆସନ୍ତାକାଲି ସନ୍ଧ୍ୟା ସୁଦ୍ଧା ରେଭେନ୍ସା ହଷ୍ଟେଲ ଖାଲି କରିବାକୁ ନିର୍ଦ୍ଦେଶ

କଟକ: କୋରୋନା ପାଇଁ ରେଭେନ୍ସାର ସମସ୍ତ ହଷ୍ଟେଲ ଖାଲି କରିବାକୁ ନିର୍ଦ୍ଦେଶ । ଆସନ୍ତାକାଲି ସନ୍ଧ୍ୟା ସୁଧା ସମସ୍ତ ହଷ୍ଟେଲ ଖାଲି କରିବାକୁ ଅନ୍ତେବାସୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ରେଭେନ୍ସା କର୍ତୃପକ୍ଷ । ଏନେଇ ଏକ ବିଜ୍ଞପ୍ତି ମାଧ୍ୟମରେ ସୂଚନା ଦେଇଛନ୍ତି ରେଭେନ୍ସା କର୍ତୃପକ୍ଷ । ସ୍ଥିତି ସ୍ୱାଭାବିକ ହେବା ପର୍ଯ୍ୟନ୍ତ ରେଭେନ୍ସାର ସମସ୍ତ ହଷ୍ଟେଲ ବନ୍ଦ ରହିବ ।