ମା’ ମଙ୍ଗଳାଙ୍କ ପ୍ରସିଦ୍ଧ ଝାମୁଯାତ୍ରା ବନ୍ଦ

ଭୁବନେଶ୍ୱର: କୋରୋନା ପାଇଁ ସବୁଠି ସଚେତନତା ଆଉ ସତର୍କତା ଅବଲମ୍ବନ କରାଯାଇଛି। କୌଣସି ବି ସ୍ଥାନରେ ଏକତ୍ରିତ ନହେବାକୁ ବାରଣ କରାଯାଇଛି। ଏଭଳି ସମୟରେ ପୁରୀ କାକଟପୁର ମା ମଙ୍ଗଳାଙ୍କ ଝାମୁ ଯାତ୍ରା ଉପରେ କଟକଣା ଲାଗୁ କରିଛି ଜିଲ୍ଲା ପ୍ରଶାସନ।

ପ୍ରଥମ ପାଳି ଶେଷ ହୋଇଥିବା ବେଳେ ଦ୍ଵିତୀୟ ପାଳି ଆସନ୍ତାକାଲି ରହିଛି। ତେବେ ମାଙ୍କ ନୀତିକ୍ରାନ୍ତି ଚାଲିବ ହେଲେ ଭକ୍ତଙ୍କ ଭିଡ଼ ଉପରେ ରୋକ ଲଗାଯାଇଛି। ଶେଷପାଳି ଝାମୁଯାତ୍ରାରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥାଏ। ତେଣୁ ଏହାକୁ ଦୃଷ୍ଟିରେ ରଖି ପ୍ରଶାସନ ଏହି ନିଷ୍ପତି ନେଇଛି। ତେବେ ଏହାକୁ ମନ୍ଦିର ସେବାୟତ ସ୍ୱାଗତ କରିବା ସହିତ ସଚେତନ କରିଛନ୍ତି।