ସମାଜସେବୀ ସରୋଜ ସ୍ୱାଇଁଙ୍କ ପକ୍ଷରୁ କରୋନା ସଚେତନତା ଓ ମାକ୍ସ ବଣ୍ଟନ

ଭୁବନେଶ୍ୱର : ସତର୍କତା ଓ ସଚେତନତା ହେଉଛି କରୋନା ଭାଇରସକୁ ରୋକିବାର ସବୁଠୁ ବଡ ଅସ୍ତ୍ର । ଏଥିପାଇଁ ବ୍ୟାପକ ଜନ ସଚେତନତାର ଆବଶ୍ୟକତା ରହିଛି । ସ୍ୱଛ ରହିବା ଓ ବାରମ୍ବାର ହାତ ଧୋଇବା ଏବଂ ବିନାକାରଣରେ ଘରୁ ନବାହାରିବା କରୋନାର ଗୋଷ୍ଟିଗତ ସଂକ୍ରମଣକୁ ରୋକିବା ଲାଗି ସଚେତନତା ସୃଷ୍ଟି ହେଉଛି । ଏହି ମହତ ସଚେତନତା କାର୍ଯ୍ୟରେ ସାମିଲ ହୋଇଛନ୍ତି ସାଲେପୁରର ସ୍ୱଛାସେବୀ ସରୋଜ କୁମାର ସ୍ୱାଇଁ । ନିଜର ବ୍ୟବସାୟୀକ ପ୍ରତିଷ୍ଟାନ ସାଇମେଡିସନ ପକ୍ଷରୁ କରୋନା ଭାଇରସ ସଂକ୍ରମଣ ରୋକିବା ଲାଗି ସଚେତନତା କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି । କରୋନା ସମୟରେ କିପରି ସ୍ୱଛତା ଅବଲମ୍ବନ କରିବେ ବାରମ୍ବାର ହାତ ଧୋଇବେ ସେନେଇ ସେ ସଚେତନା କରିବା ସହ ମାକ୍ସ ବଣ୍ଟ କରିଛନ୍ତି । ସାଲେପୁରରେ ସାଧାରଣ ଲୋକ ଓ ରୋଗୀଙ୍କୁ  ମାକ୍ସ ବଣ୍ଟ କରିଛନ୍ତି ।

ଏଥି ସହିତ ଏଭଳି ସ୍ଥିତିରେ ସେବା ଯୋଗାଉଥିବାସାଲେପୁର ପୋଲିସ କର୍ମଚାରୀ ଓ ସାମ୍ବାଦିକ ମାନଙ୍କୁ ମଧ୍ୟ ଶ୍ରୀ ସ୍ୱାଇଁ ମାକ୍ସ ଓ ସାନିଟାଇଜର ବଣ୍ଟନ କରିଛନ୍ତି । କରୋନା ଭାଇରସ ଭଳି ମହାମାରୀ ସଂକ୍ରମଣକୁ ରୋକିବାକୁ ହଲେ ସମସ୍ତେ ନିଜ ନିଜ ସ୍ତରରେ ଯଥା ସମ୍ଭବ ଉଦ୍ୟମ କରିବା ଦରକାର ବୋଲି ସରୋଜ ସ୍ୱାଇଁ କହିଛନ୍ତି । ଏଥି ସହିତ ସରକାରଙ୍କ ନିର୍ଦ୍ଦେଶ ନାମା ମାନି ଚଳିବା ସହ ବିନା କାରଣରେ ବାହାରକୁ ନବାହାରିବା ଲାଗି ପରାମଶ୍ୟ ଦେଇଛନ୍ତି ଶ୍ରୀ ସ୍ୱାଇଁ ।
କରୋନା ସଂକ୍ରମଣ ସମୟରେ ଅନେକ ସ୍ଥାନରେ ମାକ୍ସ ଓ ସାନିଟାଇଜର କଳାବଜାରି ହେଉଥିବା ଖବର ସାମ୍ମନାକୁ ଆସୁଛିି । ଏଭଳି ସ୍ଥିତିରେ ସମାଜସେବୀ ସରୋଜ ସ୍ୱାଇଁ ଗ୍ରାମାଞ୍ଚଳରେ ଲୋକଙ୍କୁ କରୋନା ସଚେତନତା କରିବା ଓ ମାଗଣା ମାକ୍ସ ବଣ୍ଟନ କରିବା ଉଦ୍ୟମକୁ ସ୍ଥାନୀୟ ଅଞ୍ଚଳରେ ପ୍ରସଂସା କରାଯାଇଛି ।