ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଛୁଇଁଲା ୨୦

ଭୁବନେଶ୍ବର: ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୦ରେ ପହଞ୍ଚିଛି। ପୂର୍ବରୁ ଓଡ଼ିଶାର କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫ ରହିଥିଲା। ହେଲେ ଶୁକ୍ରବାର ଗୋଟିଏ ଦିନରେ ରେକର୍ଡ ସଂଖ୍ୟକ ୧୫ ଜଣଙ୍କଠାରେ କରୋନା ପଜିଟିଭ୍‌ ରହିଥିବା ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ୍‌ କରି ଜଣାଇଛି।

ନୂଆ କରି ଚିହ୍ନଟ ହୋଇଥିବା ୧୫ ଜଣଙ୍କ ମଧ୍ୟରୁ ସୂର୍ଯ୍ୟନଗର ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ୭ ଜଣ ଅଛନ୍ତି। ଏହା ପୂର୍ବରୁ ଦିନ ସମୟରେ କଟକରୁ ଜଣେ ଆକ୍ରାନ୍ତ ଥିବା ଜଣାପଡ଼ିଥିଲା ଏବଂ ସନ୍ଧ୍ୟାରେ ବମିଖାଲର ୩ ଜଣ ଆକ୍ରାନ୍ତଙ୍କ ବାବଦରେ କୁହାଯାଇଥିଲା।

ବର୍ତ୍ତମାନ ପୁରୀରୁ ଏବଂ ଯାଜପୁରରୁ ଜଣେ ଲେଖାଏ କରୋନା ଆକ୍ରାନ୍ତ ଚିହ୍ନଟ କରାଯାଇଛି। ସେହିଭଳି ଭଦ୍ରକରେ ପୂର୍ବରୁ ଜଣେ କରୋନା ଆକ୍ରାନ୍ତ ଥିବା କୁହାଯାଇଥିଲା, ଯାହାକି ଏବେ ୨କୁ ବୃଦ୍ଧି ପାଇଛି। ଆଜିର ୧୫ ଜଣଙ୍କୁ ମିଶାଇଲେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୦ ରହିଛି। ଏମାନଙ୍କ ମଧ୍ୟରୁ ୨ ଜଣ ସୁସ୍ଥ ହୋଇଛନ୍ତି।