ଆଜି ଚିହ୍ନଟ ହୋଇଥିବା ୧୭ କରୋନା ପଜିଟିଭ୍ ରୁ ୧୬ଜଣ ସୁରତ ଫେରନ୍ତା

ଭୁବନେଶ୍ୱର: ଆଜି ରାଜ୍ୟରେ ସକାଳୁ ଚିହ୍ନଟ ହୋଇଥିବା ୧୭ କରୋନା ପଜିଟିଭ୍ ଙ୍କ ମଧ୍ୟରୁ ୧୬ ଜଣ ସୁରତ ଫେରନ୍ତା ବୋଲି ତଥ୍ୟ ଦେଇଛି ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ । ତେବେ ଆଉ ଜଣେ ରାଉଲକେଲାର କଂଟେନମେଂଟ ଅଂଚଳର ବୋଲି ଜଣାପଡିଛି । ଆଜି ଗଞ୍ଜାମ ଜିଲ୍ଲାରେ ୧୨ ଟି ସକାରାତ୍ମକ ମାମଲା ନଜରକୁ ଆସିଥିବା ବେଳେ ସୁନ୍ଦରଗଡ଼ ଓ ଭଦ୍ରକ ଜିଲ୍ଲାରୁ ଗୋଟିଏ ଏବଂ ମୟୂରଭଞ୍ଜରୁ ତିନିଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏମାନେ ସମସ୍ତେ ପୁରୁଷ।

ଏମାନଙ୍କର ଯୋଗାଯୋଗ ଅନୁସନ୍ଧାନ ଏବଂ ଅନୁସରଣ କାର୍ଯ୍ୟ କରାଯାଉଛି ବୋଲି ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ କୁହାଯାଇଛି। ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୮୭କୁ ବୃଦ୍ଧି ପାଇଛି।