ରାୟପୁର : ଛତିଶଗଡ଼ରେ ଶନିବାର ପୋଲିସ ଏବଂ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ଘଟିଛି। ଏଥିରେ ୪ ଜଣ ମାଓବାଦୀ ନିହତ ହୋଇଥିବାବେଳେ ଜଣେ ପୋଲିସ ଏସଆଇ ଶହୀଦ ହୋଇଛନ୍ତି। ମାନପୁର ଥାନା ଅନ୍ତର୍ଗତ ପରଧୋନୀ ଗାଁ ନିକଟ ଜଙ୍ଗଲରେ ଏହି ଏନକାଉଂଟର ଘଟିଥିଲା। ନିହତ ମାଓବାଦୀଙ୍କ ପାଖରୁ ଗୋଟିଏ ଏକେ-୪୭ ରାଇଫଲ, ଏକ ଏସଏଲଆର ଏବଂ .୩୧୫ ବୋର୍ର ୨ଟି ବନ୍ଧୁକ ସହିତ ବହୁ ଅସ୍ତ୍ରଶସ୍ତ୍ର ଜବତ ହୋଇଛି। ରାଜନନ୍ଦଗାଓଁ ଏଏସପି ଜି.ଏନ. ବଘେଲ ଏ ସମ୍ପର୍କରେ ସୂଚନା ଦେଇଛନ୍ତି।
ସୂଚନାଯୋଗ୍ୟ, ଏହା ପୂର୍ବରୁ ୨୦୦୯ ଜୁଲାଇ ୧୨ରେ ଏହି ଅଂଚଳରେ ପୋଲିସଏବଂ ମାଓବାଦୀଙ୍କ ମଧ୍ୟରେ ଏନକାଉଂଟର ଘଟିଥିଲା। ଏଥିରେ ଏସପି ଭି.କେ. ଚୌବେଙ୍କ ସମେତ ୨୯ ପୋଲିସ କର୍ମଚାରୀ ଶହୀଦ ହୋଇଥିଲେ।