ସୁରକ୍ଷାକର୍ମୀ-ଆତଙ୍କବାଦୀ ଗୁଳିବିନିମୟ: ୩ ଆତଙ୍କବାଦୀ ମୃତ, ଜଣେ ଯବାନ ଆହତ

ଜମ୍ମୁ: ଜମ୍ମୁକାଶ୍ମୀରର ନାଗ୍ରୋତାର ଟୋଲ ପ୍ଲାଜା ନିକଟରେ ସେନା-ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ଘଟିଛି । ଏହି ଗୁଳି ବିନିମୟରେ ଜଣେ ଯବାନ ଆହତ ହୋଇଥିବା ବେଳେ ୩ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି । ଏହା ସହିତ ଅନ୍ୟ ୪ ଜଣ ଆତଙ୍କବାଦୀ ସେହି ଅଂଚଳରେ ଲୁଚି ରହିଥିବା ଜମ୍ମୁ ଆଇଜି ମୁକେଶ ସିଂ ସୂଚନା ଦେଇଛନ୍ତି । ଗୁଳିବିନିମୟ ପରେ ଜମ୍ମୁ- ଶ୍ରୀନଗର ଜାତୀୟ ରାଜପଥକୁ ବନ୍ଦ କରି ଦିଆଯାଇଛି ।

ସକାଳ ୫ଟା ସମୟରେ ଟୋଲ ନିକଟରେ ଯାଂଚ କରାଯିବାକୁ ଏକ ଟ୍ରକକୁ ଅଟକାଯାଇଥିଲା । ଏହାପରେ ଟ୍ରକରେ ଲୁଚି ରହିଥିବା ଆତଙ୍କବାଦୀମାନେ ଯବାନଙ୍କ ଉପରକୁ ଗୁଳି ଚଳାଇଥିଲେ । ଏହାପରେ ଯବାନ ମାନଙ୍କ ପାଲଟା ଗୁଳି ଚାଳନାରେ ୩ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି । ସେମାନ ଟ୍ରକରେ ଶ୍ରୀନଗରକୁ ଯାଉଥିବା ଜମ୍ମୁକାଶ୍ମୀର ଡିଜିପି ଦିଲବାଗ ସିଂ ପ୍ରକାଶ କରିଛନ୍ତି ।