ଆଜିଠୁ ପଂଚାୟତରେ ମିଳିବ ରନ୍ଧା ଖାଦ୍ୟ

ଭୁବନେଶ୍ୱର: ରାଜ୍ୟ ସରକାର ଆଜି ଠାରୁ ପ୍ରତି ପଂଚାୟତରେ ରନ୍ଧା ଖାଦ୍ୟ ଯୋଗାଇ ଦେବେ। ଗତ ଶନିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହା ଘୋଷଣା କରିଛନ୍ତି । ତେବେ କେମିତି ଏହା କାର୍ଯ୍ୟକାରୀ ହେବ ଏନେଇ ସବୁ ଜିଲ୍ଲାପାଳଙ୍କ ନିକଟକୁ ଚିଠି ଲେଖିଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର।

ପ୍ରତି ଗ୍ରାମପଂଚାୟତରେ ୧୦୦ ଜଣ ଦୁର୍ବଳ, ଅନଗ୍ରସର, ଦୁଃସ୍ତ ଲୋକଙ୍କୁ ଚିହ୍ନଟ କରାଯିବ। ବିଡିଓ ଏହି ତାଲିକା ଗ୍ରାମପଂଚାୟତ ଜରିଆରେ ପ୍ରସ୍ତୁତ କରିବେ। ଯେଉଁଥିରେ୧୦୦ରୁ ଅଧିକ ଲୋକ ରହିବେ । ତେବେ ସେଠାରେ ବିଡିଓ ଚାହିଁଲେ ସଂଖ୍ୟା ବଢାଇ ପାରିବେ। ପ୍ରତି ମିଲ୍ ପିଛା ୩୦ ଟଙ୍କା ଖର୍ଚ୍ଚ ହେବ । ଗରମ ରନ୍ଧା ଖାଦ୍ୟ ଲୋକଙ୍କୁ ପରସା ଯିବ।

ଗ୍ରାମାଂଚଳରେ ଯେଉଁମାନେ ମୁଠାଏ ଖାଇବାକୁ ପାଉ ନାହାଁନ୍ତି ସେମାନେ ହିଁ ଏଥିରେ ସାମିଲ ହେବେ। ତେବେ ଏଥିରେ ସ୍ୱଚ୍ଛତା ରଖିବାକୁ ପରାମର୍ଶ ଦିଆଯାଇଛି। ବିଡିଓ ହିଁ ସବୁ ନିଷ୍ପତି ନେବେ। ଅଥଚ କୌଣସି ତ୍ରୁଟି ରହିଲେ ବିଡିଓ ହିଁ ଦାୟୀ ରହିବେ। ଗୋଟିଏ ସ୍ଥାନରେ ବସି ସମସ୍ତେ ଖାଇବେ ନାହିଁ। ଜଣେ ଚାହିଁଲେ ରନ୍ଧା ଖାଦ୍ୟ ଘରକୁ ନେଇ ଖାଇପାରିବେ।

ଖାଦ୍ୟ ପ୍ରସ୍ତୁତି ଓ ପରସା ବେଲେ ଦୂରତ୍ୱ ବଜାୟ ରହିବ। ଏଭଳି କଟକଣା ଭିତରେ କିଭଳି ଖାଦ୍ୟ ପ୍ରସ୍ତୁତ ହେଉଛି ତାହା ଦେଖିବାକୁ ରହିଲା ।