କୋରୋନା ପାଇଁ ଖୋଲାଗଲା କଂଟ୍ରୋଲ ରୁମ୍‌

ଭୁବନେଶ୍ୱର: କୋରୋନା ମୁକାବିଲା ପାଇଁ ଗୃହ ବିଭାଗ ଏକ କଂଟ୍ରୋଲ ରୁମ୍ ଖୋଲିଛି । ଏହି କଂଟ୍ରୋଲ ରୁମ୍ ନଂ: ୦୬୭୪-୨୩୯୨୧୧୫/୯୪୩୮୯୧୫୯୮୬ ରହିଛି।

ଗୃହ ବିଭାଗ ଅଧୀନରେ ଏହି ୨୪ ଘଂଟିଆ କଂଟ୍ରୋଲ ରୁମ୍ ପରିଚାଳନା କରାଯିବ। ଆଜିଠାରୁ ୨୪ ଘଂଟିଆ କଂଟ୍ରୋଲ ରୁମ୍ କାର୍ଯ୍ୟ କରିବ। ଏହି କଂଟ୍ରୋଲ ରୁମ୍ ଦାୟିତ୍ୱରେ ରହିବେ IG ଅପରେସନ୍ ଅମିତାଭ ଠାକୁର। ଲକ୍ ଡାଉନ୍ ଓ ବାହାରେ ଥିବା ଓଡ଼ିଆଙ୍କ କଥା ବୁଝିବ ଏହି କଂଟ୍ରୋଲ ରୁମ୍।