ଚୁକ୍ତିଭିତ୍ତିକ ଡାକ୍ତରଙ୍କ ବଢିବ ବୟସ ସୀମା

ଭୁବନେଶ୍ୱର: ରାଜ୍ୟର ସରକାରୀ ଡାକ୍ତରଖାନାଗୁଡିକରେ କାର୍ଯ୍ୟରତ ଚୁକ୍ତିଭିତ୍ତିକ ଡାକ୍ତରଙ୍କ ବୟସ ସୀମା ୬୮ ବର୍ଷରୁ ୭୦ ବର୍ଷକୁ ବୃଦ୍ଧି ପାଇବ ବୋଲି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସ ସୂଚନା ଦେଇଛନ୍ତି।

ରାଜ୍ୟରେ ଡାକ୍ତରଙ୍କ ଅଭାବ ପୂରଣ ପାଇଁ ଅବସରପ୍ରାପ୍ତ ଡାକ୍ତରଙ୍କୁ ଚୁକ୍ତିଭିତ୍ତିକ ନିଯୁକ୍ତି ଦିଆଯାଇଛି। ପୂର୍ବରୁ ସରକାରୀ ଡାକ୍ତରଙ୍କ ଅବସର ଗ୍ରହଣ ବୟସ ସୀମା ୬୦ ବର୍ଷରୁ ୬୨ ବର୍ଷକୁ ବୃଦ୍ଧି କରାଯାଇଥିଲା। ରାଜ୍ୟର ମେଡ଼ିକାଲ କଲେଜମାନଙ୍କରେ କାର୍ଯ୍ୟରତ ଶିକ୍ଷକ ଡାକ୍ତରଙ୍କ ବୟସ ସୀମା ୬୫ ବର୍ଷକୁ ବଢାଯାଇଥିଲା। ଏଠାରେ ସୂଚନାଯୋଗ୍ୟ ଯେ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସ ଓଡ଼ିଶାରେ ଡାକ୍ତରମାନଙ୍କୁ ସରକାରୀ ଚାକିରି ପ୍ରତି ଆକର୍ଷିତ କରିବାଲାଗି ସରକାର ଚିନ୍ତା କରୁଛନ୍ତି ବୋଲି କହିଥିଲେ।