ଭୁବନେଶ୍ୱର : ଭୁବନେଶ୍ୱର ସ୍ଥିତ ଶିରିପୁର ଲକ୍ଷ୍ମୀ ବଜାର ବସ୍ତି ଅଞ୍ଚଳକୁ କଣ୍ଟେନେମେଣ୍ଟ ଜୋନ୍ ଭାବେ ଘୋଷଣା କରାଯାଇଛି । ଗତ ୧୭ ତାରିଖରେ ଏହି ଅଞ୍ଚଳରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । କଣ୍ଟାକ୍ଟ ଟ୍ରେସିଂରେ ଆଉ ୮ ଜଣ ଆକ୍ରାନ୍ତ ବାହାରିବା ପରେ ଏହି ଅଞ୍ଚଳକୁ ବିଏମସି ପକ୍ଷରୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି । ତ୍ରିନାଥ ମନ୍ଦିର ଛକରୁ ଏୟାରପୋର୍ଟ ପାଚେରୀ ପର୍ଯ୍ୟନ୍ତ କଣ୍ଟେନମେଣ୍ଟ ଜୋନ ଘୋଷଣା ହୋଇଛି । କଣ୍ଟେନମେଣ୍ଟ ଜୋନ୍ ଭିତରକୁ ବାହାର ଲୋକ ପ୍ରବେଶ କରି ପାରିବେ ନାହିଁ । ସେହିପରି ଏହି ଜୋନ୍ ଭିତରେ ରହୁଥିବା କୌଣସି ଲୋକ ବାହାରକୁ ମଧ୍ୟ ଯାଇପାରିବେ ନାହିଁ । ବସ୍ତିର ପ୍ରବେଶ ପଥକୁ ସିଲ କରାଯାଇଛି । । କଣ୍ଟେନମେଣ୍ଟ ଜୋନ୍ ଭିତରେ ଥିବା ସମସ୍ତଙ୍କ ଘର ଆଗରେ ଷ୍ଟିକର ଲାଗିବ । ସମସ୍ତେ ଘର ଭିତରେ ରହିବେ । କଣ୍ଟେନମେଣ୍ଟ ଜୋନ୍ ଭିତରେ ଥିବା ସବୁ ଦେକାନବଜାର, ସରକାରୀ ବେସରକାରୀ କାର୍ଯ୍ୟାଳୟ ବନ୍ଦ ରହିବ । ଅତ୍ୟାବଶ୍ୟକ ସାମଗ୍ରୀ ମାନ ବିଏମସି ପକ୍ଷରୁ ଯୋଗାଇ ଦିଆଯିବ ।