ଭଦ୍ରକର ଆଉ ଏକ ପଂଚାୟତ କଂଟେନମେଂଟ ଜୋନରେ ହେଲା ସାମିଲ

ଭଦ୍ରକ: ଭଦ୍ରକରେ ଗତକାଲି ଦୁଇ ନୂଆ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ନୂତନ କଂଟେନମେଂଟ ଜୋନ୍ ଘୋଷଣା କରାଯାଇଛି। ତାହା ଅନୁଯାୟୀ, ଧାମନଗର ବ୍ଲକର ସାହାସପୁର ପଂଚାୟତକୁ କଂଟେନମେଂଟ ଜୋନ୍ ଘୋଷଣା କରାଯାଇଛି। ଏନେଇ ଭଦ୍ରକ ଜିଲ୍ଲାପାଳ ଜ୍ଞାନ ଦାସ ଟୁଇଟ୍ କରି ସୂଚନା ଦେଇଛନ୍ତି।

ଏହାକୁ ମିଶାଇ ଏବେ ଭଦ୍ରକ ଜିଲ୍ଲାରେ ମୋଟ୍ କଂଟେନମେଂଟ ଜୋନ୍ ସଂଖ୍ୟା ୨୦ରେ ପହଂଚିଛି। ଧାମନଗର ବ୍ଲକର ସାହାସପୁର ପଂଚାୟତର ୮ଟି ଗାଁକୁ ନେଇ କଂଟେନମେଂଟ ଜୋନ୍ ଘୋଷଣା କରାଯାଇଛି।