କୋରାପୁଟରେ ହେଲା କଂଟେନମେଂଟ ଘୋଷଣା

କୋରାପୁଟ: ଆଜି କୋରାପୁଟରୁ ଜଣେ ୨୨ ବର୍ଷୀୟ ଯୁବକ କରୋନା ପଜେଟିଭ ଚିହ୍ନଟ ହେବା ପରେ ସଂପୃକ୍ତ ଯୁବକ ଯେଉଁ ଅଂଚଳର ସେହି ଅଂଚଳକୁ ଆଜି କଂଟେନମେଂଟ ଜୋନ ଘୋଷଣା କରାଯାଇଛି । ଦଶମନ୍ତପୁର ବ୍ଲକ ପୋଡାଗଡ ପଂଚାୟତକୁ କଂଟେନମେଂଟ ଅଂଚଳ ଘୋଷଣା କରାଯାଇଛି । ଷ୍ଟାଫନର୍ସ ଥିବା ଉକ୍ତ ଯୁବକ କରୋନାରେ ଆକ୍ରାନ୍ତ ବୋଲି ଚିହ୍ନଟ ହେବା ପରେ ଏହା ଘୋଷଣା କରାଯାଇଛି । ପୋଡାଗଡର ୩ କିମି ପରିଧି ଅଂଚଳକୁ କଂଟେନମେଂଟ ଅଂଟଳ ଘୋଷଣା କରାଯାଇଛି । ୩ କିମି କଂଟେନମେଂଟ, ୭ କିମି ପରିବ୍ୟାପ୍ତ ଅଂଚଳ ବଫର ଜୋନ ଘୋଷଣା ହୋଇଛି । ତେବେ ଉକ୍ତ ଯୁବକଙ୍କ କଂଟ୍ରାକ୍ଟ ଟ୍ରେସିଂ ବର୍ତମାନ ଆରମ୍ଭ ହୋଇଥିବା କୋରାପୁଟ ଜିଲ୍ଲାପାଳ ସୂଚନା ପ୍ରଦାନ କରିଛନ୍ତି । ତେବେ ବର୍ତମାନ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୧୧ରେ ପହଂଚିଛି ।