ଯାଜପୁର ବ୍ରହ୍ମବରଦାରେ ବଢ଼ିଲା କଂଟେନମେଂଟ ଅବଧି

ଯାଜପୁର: ଯାଜପୁର ଜିଲ୍ଲା ବ୍ରହ୍ମବରଦାରେ କଂଟେନମେଂଟ ଅବଧି ବୃଦ୍ଧି କରାଯାଇଛି । ଯାହା ଏପ୍ରିଲ ୧୨ ରାତି ୮ଟା ଯାଏଁ ବୃଦ୍ଧି କରିଛି ଜିଲ୍ଲା ପ୍ରଶାସନ ।

ବ୍ରହ୍ମବରଦା ଅଂଚଳରେ ଜଣେ ନିଜାମୁଦ୍ଦିନ ଫେରନ୍ତା କରୋନାରେ ଆକ୍ରାନ୍ତ ହେବା ପରେ ସଂପୃକ୍ତ ଅଂଚଳକୁ କଂଟେନମେଂଟ ଜୋନ ଭାବେ ଘୋଷଣା କରାଯାଇଥିଲା। ଆଜି ଶେଷ ହୋଇଥାନ୍ତା କଂଟେନମେଂଟ ଅବଧି ।

ହେଲେ ଆସନ୍ତା ୧୨ ତାରିଖ ପର୍ଯ୍ୟନ୍ତ ଏହି ଅବଧିକୁ ବୃଦ୍ଧି କରାଯାଇଛି । ସମସ୍ତ ଅଂଚଳରେ ସରଭେଲାନସ କାର୍ଯ୍ୟ ସରି ନଥିବାରୁ ପ୍ରଶାସନ ଏପରି ନିଷ୍ପତି ନେଇଛି। ସୂଚନାଯୋଗ୍ୟ ଯାଜପୁର ଜିଲ୍ଲାର ପ୍ରଥମ କରୋନା ଆକ୍ରାନ୍ତ ବ୍ୟକ୍ତି ବ୍ରହ୍ମବରଦାରୁ ଚିହ୍ନଟ ହେବା ପରେ ଜିଲ୍ଲା ପ୍ରଶାସନ ଏଭଳି କଡା ପଦକ୍ଷେପ ଗ୍ରହଣ କରିଥିଲା।

ବ୍ରହ୍ମବରଦା ସମେତ ବନ୍ଧଡିହ, ଲଙ୍କାବାଲିସାହି, ବଡ଼ରାଏପଡା, ଖଣ୍ଡାସ, ବାଲିଗୁଡା, ମହେଶ୍ୱରପୁର, ଚାନ୍ଦପୁର, କୋଠିଡିହ, ବାଙ୍କସାହି, ସାହାପଡା, ଦେଉଳି (ଆଂଶିକ) ଅଂଚଳ ଏହି ଜୋନ ଭିତରେ ରହିଛି।